
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ପରିସରରେ ଆମ ପୁଲିସର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆମ ପୁଲିସର ବରିଷ୍ଠ ସଦସ୍ୟ ଡ. ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଗାମୀ ପାର୍ବଣ ଉତ୍ସବ ସମସ୍ତଙ୍କ ପାଇଁ ଶୁଭମୟ ଓ ସୁଖମୟ ହେଉ ବୋଲି କାମନା କରିଥିଲେ । ଏହି ଅବସରରେ ଥାନା ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା, ଟ୍ରାଫିକ ସମସ୍ୟା, ମାଦକଦ୍ରବ୍ୟ ର ନିରାକରଣ, ସାଇବର ଠକେଇରୁ ରକ୍ଷା, ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ତଥା କୌଣସି ଦୁର୍ଘଟଣାରେ ଲୋକଙ୍କୁ ସାହାଯ୍ୟ କଲେ ଓ ସେ ଲୋକ ବଞ୍ଚିଗଲେ ସରକାରଙ୍କ ତରଫରୁ ୨୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ପାର୍ବଣ ସମୟରେ ସମସ୍ତଙ୍କ ସହଯୋଗ, ଭାଇଚାରା ବଜାୟ ରଖିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ସଦସ୍ୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଅଧିକ ସଂଖ୍ୟକ ଜନସାଧାରଣଙ୍କୁ ଆମ ପୁଲିସରେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସବ୍ଇନିସପେକ୍ଟର ଦୁର୍ଯ୍ୟୋଧନ ପ୍ରଧାନ, ନିହାର ଦାସ, କୁଞ୍ଜବିହାରୀ ରାଉତ, ଶଙ୍କର ଜେନା, ଚିତ୍ତରଞ୍ଜନ ରାଉତ, ମୁରଲୀଧର ମିଶ୍ର, ସୁବାସ କୁମାର ଗୁପ୍ତା, ବିକ୍ରମ କେଶରୀ ସ୍ୱାଇଁ, ଲକ୍ଷ୍ମୀଧର ମହାନ୍ତି, ସନ୍ତୋଷ ସ୍ୱାଇଁ, ସଂଗ୍ରାମ ମହାନ୍ତି, ଗଣେଶ ଜୟସିଂହ, ଅକ୍ଷୟ ରାଉତ, ଅଲେଖ ବେହେରା, ଗୋପାଳ ମହାନ୍ତି, ଶ୍ୟାମସୁନ୍ଦର ସ୍ୱାଇଁ, ରଞ୍ଜନ ପୃଷ୍ଟି, ଅକ୍ଷୟ ଧଳ, ନିଶିକାନ୍ତ ଦାସ, ରମେଶ ଯାଦବ, କୃଷ୍ଣଚନ୍ଦ୍ର ମିଶ୍ର, ମନୋଜ ନାୟକ, ପ୍ରସନ୍ନ ସାହାଣୀ, ଟିକନ ପାଲ୍, ପ୍ରଦୀପ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।