
ବଲାଙ୍ଗିର, (କେପିଏନ୍ଏସ୍) : ତୁରେକେଲା ବ୍ଲକ ଖୁଣ୍ଟଲୁମୁଣ୍ଡା ଗ୍ରାମ, ହିଆଲ ପଞ୍ଚାୟତ ଠାରେ ବୁଧବାର ବିଓଡି ଜୟଶ୍ରୀ ସାହୁ ସଭାପତିତ୍ୱରେ ତଥା ଅଞ୍ଜଳି ମେହେର ଓ ହାରାବତୀ ମେହେରଙ୍କ ଉପସ୍ଥିତିରେ ନାରୀ ସ୍ୱାଭିମାନ କୃଷକ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ର ଆର୍ଥିକ ବର୍ଷ ୨୦୨୫-୨୬ର ଷଷ୍ଠ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପିସି ପ୍ରକଳ୍ପ ଅନ୍ତର୍ଗତ ତୁରେକେଲା ବ୍ଲକର ୧୬ଟି ଗ୍ରାମ ପଞ୍ଚାୟତର କମ୍ପାନୀ ଅଂଶୀଦାର ଓ ବିଓଡି ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ଏମ୍ଏଲ୍ଏ ଲକ୍ଷ୍ମଣ ବାଗ ମହୋଦୟ, ସମ୍ମାନିତ ଅତିଥି ଭାବରେ ତୁରେକେଲା ବ୍ଲକ୍ ବିପିସି ମିଶନ ଶକ୍ତି, ଚେୟାରମେନ ଶଶିଭୂଷଣ ପୁରୋହିତ, ଜୟନ୍ତ ବାଗ, ଭୂମିସୁତା ସମ୍ରଟ ପ୍ରମୁଖ ମଞ୍ଚାସୀନ ଥିଲେ । ଏମ୍ଏଲ୍ଏ ଲକ୍ଷ୍ମଣ ବାଗ ମହିଳା ମାନଙ୍କର ସମାଜରେ କେମିତି ଆର୍ଥିକ ଏବଂ ସାମାଜିକ ବିକାଶ ହେବ ତା ପାଇଁ ଦିଗଦର୍ଶନ କରିଥିଲେ ଏବଂ କେମିତି ସମସ୍ତେ ସରକାରୀ ଯୋଜନାର ଲାଭାନ୍ମିତ ହେବେ ତା ଉପରେ ଆଲୋକପାତ କରିଥିଲେ । ତା ସଙ୍ଗେ ଚାଷୀମାନଙ୍କ ବଜାରୀକାରଣରେ ହେଉଥିବା ଅସୁବିଧାର ସମାଧାନ ପାଇଁ ଏଫପିଓର ଭୂମିକା ଉପରେ ଚର୍ଚ୍ଚା କରିଥିଲେ । ସଦସ୍ୟା ଜୟଶ୍ରୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ହିସାବରକ୍ଷକ ନାମିତ କୁମ୍ଭାର ବାର୍ଷିକ ଆୟବ୍ୟୟ ବିବରଣୀ ପାଠ କରିଥିଲେ । ଅନୁଷ୍ଠିତ ସଭାରେ ବାର୍ଷିକ ଯୋଜନା ୨୦୨୬-୨୭ ଉପସ୍ଥାପନ, ଅଡିଟର ନିଯୁକ୍ତି, ଏକ୍ଟିଭ ମେମ୍ବର ନିଯୁକ୍ତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇ ତାହା ସର୍ବସମ୍ମତି କ୍ରମେ ଗୃହୀତ କରାଗଲା । ଉକ୍ତ ବୈଠକରେ ବିଜିଏସ୍ର କର୍ମକର୍ତ୍ତା ବିନାୟକ ବେହେରା,ସରୋଜ, ସମୀର, ଲିଙ୍ଗରାଜ, କୁଶ, ହିମାଂଶୁ, ଦେବରାଜ ଉପସ୍ଥିତ ଥିଲେ ।