jayashree

ଓଡ଼ିଶା ବନ୍ଦ ଡାକରା ବାଲିଗୁଡ଼ାରେ ବିଫଳ

  • ସ୍ୱାଭାବିକ ଜୀବନଯାତ୍ରା ଅବ୍ୟାହତ, ଖୋଲା ରହିଲା ଦୋକାନ ବଜାର ଓ ଯାନବାହନ ଚଳାଚଳ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ । ବନ୍ଦ ସତ୍ତ୍ୱେ ସହରରେ ସ୍ୱାଭାବିକ ଭାବେ ଜନଜୀବନ ଚାଲିଥିବା ବେଳେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିଲା । ଏଥିସହ ବସ୍‌, ଅଟୋ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ରହିଥିଲା । ବାଲିଗୁଡ଼ା ସହରର ପ୍ରମୁଖ ଛକ ଓ ବଜାର ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ ସାଧାରଣ ଦିନ ଭଳି ଦେଖିବାକୁ ମିଳିଥିଲା । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ପ୍ରତିଷ୍ଠାନରେ ମଧ୍ୟ କାର୍ଯ୍ୟକଳାପ ଜାରି ରହିଥିଲା । ବନ୍ଦ ପାଳନ ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ସ୍ଥାନୀୟ ଭାବେ ଏହାକୁ ବ୍ୟାପକ ସମର୍ଥନ ମିଳିନଥିବା ଦେଖାଯାଇଥିଲା । ଫଳରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା ବାଲିଗୁଡ଼ାରେ ପ୍ରାୟତଃ ପ୍ରଭାବହୀନ ରହିଥିବା କୁହାଯାଉଛି ।

Leave A Reply

Your email address will not be published.