jayashree

ଅପେକ୍ଷାର ହେଲା ଅନ୍ତ ଗୁଡଭେଲା ରେଆର୍ ତରଫରୁ ଦିବ୍ୟାଙ୍ଗ ଜିତେନ୍ଦ୍ରଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ରେଆର୍ ତରଫରୁ ଦେଉଲଗୁଡି ଗ୍ରାମ ପଞ୍ଚାୟତର ୩୬ ବର୍ଷୀୟ ଜିତେନ୍ଦ୍ର ମନହୀରାଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ଏହା ଫଳରେ ତାଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି । ସେହିପରି ରୁଗୁଡିପାଲି ଗ୍ରାମର ୨୦ ବର୍ଷୀୟ ଚକ୍ଷୁ ବାଧିତ ଯୁବକ ଶରତ ଭୋଇଙ୍କୁ ବ୍ଲାଇଣ୍ଡ ଷ୍ଟିକ୍ ପ୍ରଦାନ କରାଯାଇଛି । ଉକ୍ତ ଉପକରଣ ଗୁଡିକ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାନ୍ତ ସେଠୀଙ୍କ ଉପସ୍ଥିତିରେ ସାଧନ କର୍ମୀ କ୍ଷେତ୍ରଲାଲ୍ ଶାମଲ ପ୍ରଦାନ କରିଥିଲେ । ରେଆର୍ ଗୁଡଭେଲାର ଏଭଳି ଜନ ହିତକର କାର୍ଯ୍ୟକୁ ଜନସାଧାରଣ ଖୁବ୍ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.