jayashree

“ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ମନୋବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆଜି ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ଆତ୍ମହତ୍ୟା ନିରାକରଣ କାର୍ଯ୍ୟକ୍ରମ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୌତୁକ ପନ୍ଦର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନସିକ ଚାପ ବଢୁଛି । ପାଠପଢା ଚାପ, ପ୍ରେମ ବ୍ୟାପାର, ପରିବାର ସମସ୍ୟା ଯୋଗୁଁ ଅନେକ ଭୁଲ ପଦକ୍ଷେପ ନେଉଛନ୍ତି । ସମସ୍ୟାକୁ ଲୁଚାଇବା ଅପେକ୍ଷା ବାଣ୍ଟିବା ଶିଖିବା ଆବଶ୍ୟକ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ହିନ୍ଦୀ ବିଭାଗ ମୁଖ୍ୟ ଡ.ବିଜୟ କୁମାର ବେହେରା, ମନୋବିଜ୍ଞାନ ବିଭାଗ ମୁଖ୍ୟ ଡ.ମଧୁସ୍ମିତା ମିଶ୍ର, ଓଡ଼ିଆ ଓ ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡ.ଶ୍ରୀକାନ୍ତ କୁମାର ବାରିକ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଡ. ଅଶୋକ କୁମାର ମହାରଣା ଏବଂ ମନୋବିଜ୍ଞାନ ବିଭାଗ ଅଧ୍ୟାପିକା ମୋନାଲିସା କୁମ୍ଭାର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ମନୋବିଜ୍ଞାନ ବିଭାଗର ଅଧ୍ୟାପକ ସଂଗ୍ରାମ ରଥ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା”ପୁନଃଆରମ୍ଭ”ଶୀର୍ଷକ ଏକ ହୃଦୟସ୍ପର୍ଶୀ ନାଟକ ପରିବେଷଣ କରାଯାଇଥିଲା । ଏହି ନାଟକଟିକୁ ଏ. ଆଲାମ୍ ଓ ଯୋଗେନ୍ଦ୍ର ରଣା ନିର୍ଦ୍ଦେଶନା ଦେଇଥିଲେ । ସମଗ୍ର ନାଟକର ସଞ୍ଚାଳନ ଅଧ୍ୟାପିକା ସ୍ୱୟଂପ୍ରଭା ମହାପାତ୍ର କରିଥିଲେ । ଶେଷରେ ଅଧ୍ୟାପକ ଏସ୍ ଯୁଗଳ କିଶୋର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.