
ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣୀପାଲି ଅଙ୍ଗନବାଡି କେନ୍ଦ୍ରଠାରେ “ଆଙ୍ଗନ କା ଉତ୍ସବ-୨୦୨୬” ସମାରୋହରେ ପାଳିତ ହୋଇଯାଇଛି । ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଥିବା ଶିଶୁମାନଙ୍କ ପରିବାର ତଥା ଅଭିଭାବକ ଓ ଅଙ୍ଗନବାଡି ପରିଚାଳନା କମିଟିର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଲୋକକଳା ଏବଂ ସଂସ୍କୃତିର ବିଷୟବସ୍ତୁ ଉପରେ ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରାକ ବିଦ୍ୟାଳୟର ଶିଶୁ ମାନଂକୁ ନେଇ ଖେଳକୁଦ, ମନୋରଞ୍ଜନ କାର୍ଯ୍ୟକ୍ରମ, ଚିତ୍ରାଙ୍କନ, ନୃତ୍ୟଗୀତ, କାହାଣୀ ଆଦି ବିଭିନ୍ନ ଇଭେଣ୍ଟର ଆୟୋଜନ କରାଯାଇଥିଲା । ଏଥି ସହିତ ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ଶିକ୍ଷାରେ ଶିଶୁର ସାମଗ୍ରିକ ବିକାଶ ଏବଂ କୁନି କ୍ୟାଲେଣ୍ଡର ତଥା ମୋ ବିକାଶରେ ଶିଶୁର ଶାରୀରିକ ତଥା ମାନସିକ ବିକାଶ ହୋଇପାରିବ ସେ ଉପରେ ଅଙ୍ଗନବାଡି କର୍ମୀ ରଶ୍ମିରେଖା ସାହୁ ଆଲୋଚନା ପୂର୍ବକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଙ୍ଗନବାଡି କର୍ମୀ ଶାନ୍ତି ବାଗ, ଆଶାକର୍ମୀ ଲୋପାମୁଦ୍ରା ସାହୁ, ସହାୟିକା ଜୟନ୍ତୀ ସାହୁ ଓ ଗୌରୀ ସାହୁ ସହଯୋଗ କରିଥିଲେ ।