
ଗୁଜୁରାଟ : ଗୁଜୁରାଟର ବଡୋଦରା ସହରରେ ପ୍ରବାସୀ ପଶ୍ଚିମ ଓଡିଶାବାସୀ (ଜୁହାର ପରିବାର ଭଡୋଦରାର ସଦସ୍ୟ ବୃନ୍ଦ) ସେପ୍ଟେମ୍ବର ୨୭ ତାରିଖରେ ତାଙ୍କର ମହାନ ଗଣପର୍ବ ନୂଆଁଖାଇ ପର୍ବ ଖୁବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଥିଲେ । ପଡିଆ ବାହାଲ, ସମ୍ବଲପୁର ଜିଲ୍ଲାର ଖ୍ୟାତନାମା ଅନୁଷ୍ଠାନ ସ୍ୱୟଂ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କର ସମ୍ବଲପୁରୀ ଗୀତ ବାଦ୍ୟ ଓ ନାଚରେ ସଭିଏଁ ଝୁମି ଉଠିଥିଲେ । ଦର୍ଶକ ବୃନ୍ଦ, ଜୁହାର ପରିବାର ଭଡୋଦରାର କୁନି କଳାକାର ସୁଶ୍ରୀ ଶ୍ରେୟା ସମାୟା ପଟେଲଙ୍କର ସମ୍ବଲପୁରୀ ନୃତ୍ୟର ଭୁରିଭୁରି ପ୍ରଂଶସା କରିଥିଲେ । ସମ୍ବଲପୁରୀ ହସ୍ତତନ୍ତ୍ରର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ । ସମସ୍ତେ ସମ୍ବଲପୁରୀ ଗୀତ ବାଦ୍ୟ ସହିତ ସମ୍ବଲପୁରୀ ଖାଦ୍ୟର ଭୂୟସି ପ୍ରଶଂସା କରିଥିଲେ । ଏହି ପର୍ବ ପାଳନ କରିବା ପାଇଁ ଓଡିଶା ସରକାର ତଥା ONGC ସହଯୋଗ କରିଥିଲେ ।