କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଶାଳପଡ଼ା ଠାରେ ଥିବା ଓଭର ବ୍ରିଜ ତଳେ ବସ ଟି ଅତିକ୍ରମ କରିଥିବା ସମୟରେ ବ୍ରିଜ ଉପରେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସି ବସ୍ ଉପରେ ପଡିଥିଲା । ସୌଭାଗ୍ୟ ବଶତଃ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଟ୍ରକ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବସର କଣ୍ଡକ୍ଟର ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଷିପୁରା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ବସଟି ମୟୁରଭଞ୍ଜ କରଞ୍ଜିଆରୁ ଓଡି ୦୫ ଏଫ୍ ୬୮୯୯,(ପଦ୍ମାବତୀ) ନମ୍ବର ବିଶିଷ୍ଠ ବସଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା ।