p purohi

ହରିଣକୁଲି ସରସ୍ବତୀପୂଜା କମିଟି ଓ ‘ଆମ ଓଡିଶା’ ଆନୁକୂଲ୍ୟରେ ରକ୍ତ ଦାନ ଶିବିର

dr. purohit

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଳକ ଅନ୍ତର୍ଗତ ଖରିଦପିପଳ ପଞ୍ଚାୟତ ହରିଣକୁଲି ଗ୍ରାମ ସର‌ସ୍ୱତୀ ପୂଜା କମିଟି ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ଦଶନ୍ଧି ଧରି ଅନୁଷ୍ଠିତ ହୋଇ ଆସୁଥିବା ଉକ୍ତ ଅନୁଷ୍ଠାନର ମୁଖ୍ୟ ଉଦ୍ୟକ୍ତା ଦିବଂଗତ ଉଭୟ ଭ୍ରାତା ମଧୁସୂଦନ ଗିରି ଓ ନାରାୟଣ ଗିରିଙ୍କ ସ୍ମୃତିରେ ଆୟୋଜିତ ରକ୍ତ ଦାନ ଶିବିରକୁ ସ୍ୱର୍ଗତଃ ଗିରି ଭ୍ରାତା ଦ୍ୱୟଙ୍କ ପିତା ପିତାମ୍ୱର ଗିରି ଉଦଘାଟନ କରିଥିଲେ । ଏଥିରେ ଆମ ଓଡ଼ିଶା ଓ ଜିଲ୍ଲା ବ୍ଲଡ୍ ବ୍ୟାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତିରିଶିରୁ ଅଧିକ ୟୁନିଟ ରକ୍ତ ସଂଗୃହୀତ ହେବା ସହ ଏଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞଳି ସଭାରେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦର ସମ୍ପାଦକ ତଥା ଆଇନଜୀବୀ ରାଜକିଶୋର ଜେନା, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ପ୍ରଗତି ଦଳର ସଭାପତି ବିମଳ ମହାପାତ୍ର ରକ୍ତଦାନ ପୂର୍ବକ ଯୋଗଦେଇ ସ୍ମୃତି ଚାରଣ କରିବା ସହ ରକ୍ତ ଦାତାମାନଙ୍କୁ କୃତଜ୍ଞତା ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଖରିଦପିପଳ ପଞ୍ଚାୟତର ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର, ଶିକ୍ଷାବିତ ଶିବନାରାୟଣ ପାତ୍ର, ସାମ୍ବାଦିକ ଅମର ମହାନ୍ତି, ଅଧ୍ୟାପକ ଶିବପ୍ରସାଦ ଦାସ, ଓଡିଶା ପ୍ରଗତି ଦଳର ଯୁବ ସଭାପତି ଦୁର୍ଗା ଶଙ୍କର ଦାସ, ସଂସଦୀୟ କ୍ଷେତ୍ର ସଭାପତି ମନୋରଞ୍ଜନ ବେହେରା, ସମାଜସେବୀ ନିରଞ୍ଜନ ଦାସ ପ୍ରମୁଖ ଯୋଗଦେବା ସହ କାର୍ୟ୍ୟକ୍ରମକୁ ପୂଜା କମିଟିର ସଦସ୍ୟ ଦିଲ୍ଲୀପ କୁମାର ଜେନା, ସଞିବ ଦାସ, ବିଭୂତି ଗିରି, ଚନ୍ଦନ ଗିରି, ଶିବଶଙ୍କର ପଟ୍ଟନାୟକ, ରାଜକିଶୋର ଜେନା, ପଦ୍ମ ଲୋଚନ ଗିରି, କମଳ ଲୋଚନ ଗିରି, ଦେବୀପ୍ରସାଦ ଦାସ, ଜ୍ୟୋତିପ୍ରକାଶ ଦାସ, ନାରାୟଣ ଦାସ ଏବଂ ଦିଲ୍ଲୀପ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଆମ ଓଡିଶା ସଂଗଠନର ସଂଯୋଜକ ଲକ୍ଷ୍ମୀଧର ବାରିକ ଡା. ତ୍ରିନାଥ ପାଲସିଆନ, ଗତିକୃଷ୍ଣ ମହାନ୍ତି, ଟେକନିସିଆନ ସରୋଜ ମିଶ୍ରଙ୍କ ତତ୍ୱାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା ।

nrusinghnath
Leave A Reply

Your email address will not be published.