ଘୁନସରରେ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସମାଚୁଆ ବିଜୟୀ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ସ୍ଥିତ ବଣା ବିଜାର ଖେଳ ପଡିଆ ଠାରେ ଆଜି ‌ଦ୍ୱିତୀୟ ଦିନରେ ସମାଚୁଆ ଓ ଘୁନସର ଦଳ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ଘୁନସର ଦଳକୁ ହରାଇ ୧-୦ରେ ସମାଚୁଆ ଦଳ ବିଜୟୀ ହୋଇଥିଲା ।

ତେବେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସଂସାଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣା ଯୋଗଦେଇଥିବା ବେଳେ ବିପିନ ବେହେରା, ସହକାରୀ ଶିକ୍ଷକ ସୁବିନ୍ଦ୍ର ନାଏକ, ସମାଜସେବୀ ସନ୍ତୋଷ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ତେବେ ରେଫରୀ ଉପେନ୍ଦ୍ର ଚନ୍ଦନ ଖେଳ ପରିଚାଳନା କରିଥିବା ବେଳେ ଳାଇନ୍ସମ୍ୟାନ ସୁଶାନ୍ତ ନାଏକ, ପ୍ରମୋଦ କୁମାର ଦାୟିତ୍ୱ ଗ୍ରହଣ କରିଥିଲେ । ଏଥିରେ ସ୍ୱାଗତ କୁମାର ନାଏକ, ବୁଲବୁଲ ରଣା, ଅଜିତ କୁମାର ସାହୁ, ବବୁଲୁ ରଣା, ହରେଶ ଗହୀର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.