
ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ପକ୍ଷରୁ ସ୍ୱାମୀ ଚିଦାନନ୍ଦଜୀ ମହାରାଜଙ୍କ ୧୧୦ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁଶୀଲ କୁମାର ମିଶ୍ରଙ୍କ ସଭାପତିତ୍ୱ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବ୍ରହ୍ମ ସାକ୍ଷାତକାର ନନ୍ଦଜୀ ମହାରାଜ ଯୋଗଦେଇ ସ୍ୱାମୀ ଚିଦାନନ୍ଦଜୀ ମହାରାଜଙ୍କ ଜୀବନାଦର୍ଶ, ସେ ଦେଇଯାଇଥିବା ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ବ୍ରହ୍ମ କିପରି ବ୍ୟାପକ, ସୃଷ୍ଟି ସ୍ଥିତି ପ୍ରଳୟ ଭକ୍ତି ଭଗବାନ, ବିଶ୍ୱର ଦୁଃଖୀ ଓ ରଙ୍କିଙ୍କୁ ଉଦ୍ଧାରିବା ପାଇଁ ତଥା ସ୍ୱାମୀ ଚିଦାନନ୍ଦଜୀ ଦେଖାଇଥିବା ପଥ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ବେଦ ଓ ସ୍ୱାମୀ ଚିଦାନନ୍ଦଜୀ ଦେଇଯାଇଥିବା ମାର୍ଗକୁ ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଯୋଗ ପ୍ରାଣାୟାମ, ପାଦ ପୂଜା, ପାଦୁକା ସେବନ, ବାଳ ଭୋଗ, ଗଣେଶ କୀର୍ତ୍ତନ, ଗୁରୁ ସ୍ତ୍ରୋତ୍ର, ଶାନ୍ତି ପାଠ, ଜପ, ସ୍ୱାଧ୍ୟାୟ, ହନୁମାନ ଚାଳିଶା, ଭଜନ କୀର୍ତ୍ତନ ଓ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ଏହି ଅବସରରେ ୟାସ ଗୋୟଲଙ୍କ ଜନ୍ମଦିବସ ପାଇଁ ସ୍ୱାମୀଜୀ ଆଶିର୍ବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୟାନନ୍ଦ ଅଗ୍ରୱାଲ, ପ୍ରକାଶ କୁମାର ପଣ୍ଡା, ପାଣ୍ଡବ ବେହେରା, ସୁରେନ୍ଦ୍ର ବେହେରା, କବିବର ସାହୁ, କାର୍ତ୍ତିକ ବରାଳ, ସର୍ବେଶ୍ଵର ମାନସିଂହ, ରାଜେନ୍ଦ୍ର ନାରାୟଣ ହୋତା, ନିରଦ ଚନ୍ଦ୍ର ମହନ୍ତ, ଅମୀୟ ବିଶ୍ୱାଳ, ଆର୍ ଏନ୍ ତ୍ରିପାଠୀ, ନିରଞ୍ଜନ ତ୍ରିପାଠୀ, ଚିନ୍ମୟ ଦାଶ, କେଦାର ବେହେରା, ବାଳକୃଷ୍ଣ ମହାରଣା, ଜ୍ୟୋତି ମହାନ୍ତି, ଲକ୍ଷ୍ମୀପ୍ରିୟା ପଟ୍ଟନାୟକ, ସ୍ମୃତି ରେଖା ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରବିନ୍ଦ୍ର କୁମାର ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସେକ୍ଟର ୭ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ ସ୍ୱାମୀ ଚିଦାନନ୍ଦଜୀ ମହାରାଜଙ୍କ ୧୧୦ ତମ ଜୟନ୍ତୀ ପାଳନ ସହ ନିତ୍ୟ ପୂଜା, ପ୍ରଭାତ ଫେରି, ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତ୍ରୋତ୍ର, ଶାନ୍ତି ମନ୍ତ୍ର, ପାଦୁକା ପୂଜା, ଭଜନ ଓ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଏହି ଅବସରରେ ଶ୍ରୀବ୍ରହ୍ମ ସାହାସକାରା ନନ୍ଦଜୀ ମହାରାଜ ଓ ଶ୍ରୀ ସ୍ୱାମୀ ପ୍ରଣବାନନ୍ଦ ଗିରିଜୀ ମହାରାଜ ଆଶ୍ରିବଚନ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।