
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା’ ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅକ୍ଟୋବର ୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୀଠରେ ଷୋହଳ ପୂଜା ହେବା ସହିତ ମା’ଙ୍କ ବିଭିନ୍ନ ବେଶ କରାଯିବ । ପ୍ରତ୍ୟହ ଭଜନ କୀର୍ତ୍ତନ, ଚଣ୍ଡୀପାଠ, ହୋମଯଜ୍ଞ, ପ୍ରବଚନ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏଥିସହିତ ଇଚ୍ଛୁକ ଶ୍ରଦ୍ଧାଳୁ ଦେବୀଙ୍କ ନିକଟରେ ତ୍ରିଦିନାତ୍ମକ, ନବ ଦିନାତ୍ମକ ଅଥବା ଷୋଡ଼ଶ ଦିନାତ୍ମକ ଭାବେ ଅଖଣ୍ଡ ଜ୍ୟୋତି ଜଳାଇ ପାରିବେ । ପ୍ରତ୍ୟହ ସକାଳ ୬ ଟାରେ ଦେବୀଙ୍କ ମଙ୍ଗଳ ଆଳତୀ ତଥା ନୀତିପୂଜା, ୮ ଟାରେ ଅବତାର ପୂଜା, ୧୦ ଟାରେ ସକାଳ ଆଳତୀ, ପୁଷ୍ପାଞ୍ଜଳି ଓ ବାଳଭୋଗ ଅର୍ପଣ, ଅପରାହ୍ନ ୧ ଟାରେ ଚଣ୍ଡୀପାଠ ଓ ପରେ ହୋମଯଜ୍ଞ ତଥା ପ୍ରସାଦ ସେବନର କାର୍ଯ୍ୟକ୍ରମ ରହିଛି । ପୀଠର ଅଧ୍ୟକ୍ଷ ତଥା ମୁଖ୍ୟ ପୃଷ୍ଠପୋଷକ ମୁରଲୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଘାସିରାମ ପୂଟା, ଅମିତ୍ ସେଠ, ପରଂବ୍ରହ୍ମ କ୍ଷେତି, ସୁରଜ୍ ସେଠ, ଓଁକାର ସାହୁ, ଅନନ୍ତ ସେଠ, ମୁକେଶ ଭୋଇ, ଅକ୍ରୁର ପଧାନ, ଜିତ ପଧାନ, ପ୍ରକାଶ ମହାରଣା, କୁମାରମଣି ଧରୁଆ, ଜୀବଦ୍ଧନେ ଧରୁଆ, ସୁରେନ୍ଦ୍ର କୁଅଁର, ଶତୃଘ୍ନ ରାଏ, ଡାକ୍ତର କୁଅଁର, ରାମ ରାଏ, ସୁଜ୍ଞାନ ବାଗ, ଦେବକୀ ପଧାନ, ସତ୍ୟନାରାୟଣ ମେହେର, ଡା. ମୋହନ ମେହେର, ସୁଶାନ୍ତ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ରଜମୋହନ ବିଶୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।