oom

ନୂତନ କୃଷି ଆଇନକୁ ବିରୋଧ କରି ରେଳ ରୋକ

jsmm

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ ପର୍ୟ୍ୟନ୍ତ ରେଳ ଲାଇନରେ ଧାରଣା ଦେଇ ରେଳ ଚଳାଚଳ ବନ୍ଦ କରି ପ୍ରତିବାଦ କରିଥିଲେ କୃଷକ ସଂଘର୍ଷ ସମନ୍ଵୟ ସମିତିର କର୍ମକର୍ତ୍ତା । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ସମେତ ବିଭିନ୍ନ ଚାଷୀ ସଂଗଠନମାନେ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇ ବ୍ରହ୍ମପୁର ରେଳ ଷ୍ଟେସନରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୋଦୀ ସରକାର ଓ ନୂତନ କୃଷି ଆଇନକୁ ନେଇ ପ୍ରବଳ ବର୍ଷିଥିଲେ ଚାଷୀ ନେତାମାନେ । ଦିବା ୧୨ ଘଣ୍ଟା ଠାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଏହି ରେଳରୋକ ଆନ୍ଦୋଳନରେ ଶତାଧିକ କୃଷକ ନେତା ଓ କର୍ମୀମାନେ ରେଳ ଲାଇନ ଉପରେ ପ୍ରାୟ ଦୁଇ ଘଣ୍ଟା ଧରି ବସି ରହିଥିଲେ । ଫଳରେ ରେଳ ଚଳା ଚଳ ବାଧା ପ୍ରାପ୍ତ ହୋଇଥିଲା । ବିଶାଖା ଏକ୍ସପ୍ରେସ ବ୍ରହ୍ମପୁର ପହଞ୍ଚି ନପାରି ଇଛାପୁରରେ ଅଟକି ରହିଥିଲା । ଅନ୍ୟ କିଛି ଟ୍ରେନ ମଧ୍ୟ ବ୍ରହ୍ମପୁର ଆସି ପାରି ନଥିଲା । କୃଷକ ଦେଶର ଆର୍ଥିକ ମେରୁଦଣ୍ଡ ହୋଇଥିବା ବେଳେ ମୋଦୀ ସରକାର କୃଷି ବ୍ୟବସ୍ଥାକୁ କର୍ପୋରେଟ୍ ମାନଙ୍କ ସ୍ବାର୍ଥରେ ଟେକି ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ନେତାମାନେ। ଏମ ଏସ ପି ପାଇଁ ଆଇନ କରିବା, କୃଷକ ଆନ୍ଦୋଳନରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ପରିବାରକୁ ପର୍ୟ୍ୟାପ୍ତ କ୍ଷତି ପୂରଣ ପ୍ରଦାନ କରିବା, କୃଷକ ନେତାମାନଙ୍କ ଉପରୁ ମିଥ୍ୟା ମକଦ୍ଧମା ପ୍ରତ୍ୟାହାର କରିବା ପ୍ରଭୃତି ଦାବୀରେ ଆଗାମୀ ଦିନରେ କୃଷକ ଆନ୍ଦୋଳନ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛି କୃଷକ ସଂଘର୍ଷ ସମନ୍ଵୟ ସମିତି ।

jittmm
Leave A Reply

Your email address will not be published.