
ଭୋଗରାଇ (କେପିଏନ୍ଏସ୍) : ଭୋଗରାଇ ବ୍ଲକ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ଏବଂ ଉଚ୍ଚ ବିଦ୍ୟାଳୟ ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବାବା ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଡଃ. ଶିବନାରାୟଣ ପାତ୍ର, ଶିକ୍ଷକ ସଞ୍ଜୀବ ଜେନା, ଜୟଦେବ ଦାସ, ଫନିଭୂଷଣ ମହାନ୍ତି ପ୍ରମୁଖ ଯୋଗଦେଇ ଗଣେଶଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କରିଥିଲେ । ଶିକ୍ଷାକେନ୍ଦ୍ର ତରଫରୁ ପଣ୍ଡିତ ବିଷ୍ଣୁପଦ ପାଠୀ ବାବା ଗଣେଶଙ୍କୁ ମନ୍ତ୍ରପାଠ ସହ ପୂଜା ଅର୍ଚ୍ଚନା କରିଥିଲେ । ଶିକ୍ଷାକେନ୍ଦ୍ରର ଦ୍ୱିତୀୟ ବର୍ଷର ଛାତ୍ରୀ ଆଦ୍ୟାଶା ପରିଡ଼ା, ଝାନ୍ସି ଗିରି, ଯଶୋମତୀ ସେଠୀ, ସସ୍ମିତା ଚନ୍ଦ, ଦଶମ ଶ୍ରେଣୀ ଛାତ୍ରୀ ସୁଲଗ୍ନା କରଣ, ଜୟଶ୍ରୀ ମହାପାତ୍ର, ବୈଶାଖି ସାହୁ, ଛାତ୍ର ସୁଭାୟନ, ସୌମ୍ୟଜିତ, ରୁଦ୍ରପ୍ରତାପ, ଶିବଶଙ୍କର ପ୍ରମୁଖ ବାବା ଗଣେଶଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ପରୀକ୍ଷାରେ ସର୍ବୋତ୍ତମ ସଫଳତା ନିମନ୍ତେ ପ୍ରାର୍ଥନା କରିଥିଲେ । ଏଥିରେ ସୁପ୍ରିୟା ମହାନ୍ତି, ସତ୍ୟମ ଗିରି, ସୋନାଲୀ ପାତ୍ର, ଜୟପ୍ରକାଶ ଜେନା, ଶ୍ରଦ୍ଧାଞ୍ଜଳି ପାଳ ପ୍ରମୁଖ ସହଯୋଗ କରିଥିବାବେଳେ ଶିକ୍ଷାକେନ୍ଦ୍ରର ପ୍ରଥମ ବର୍ଷର ଛାତ୍ରୀ ଅର୍ଚ୍ଚନା ଚନ୍ଦ, ପିଙ୍କି ଦେ, ନନ୍ଦିନୀ ମହାପାତ୍ର, ରାଜଲକ୍ଷ୍ମୀ ଗିରି, ଗାୟତ୍ରୀ ସେଠୀ, ଅନିମା ପାଣିଗ୍ରାହୀ, ଦୀପ୍ତିରେଖା ସେଠୀ, ଦଶମ ଶ୍ରେଣୀ ଛାତ୍ରୀ ତୃପ୍ତିଶ୍ରୀୟା ଦେ, ଇତିଶ୍ରୀ ପାଳ, କୋଏଲ ଜେନା, ଆଦ୍ୟାଶା ଦେ, ଇତିଶ୍ରୀ ଦେ, ଦିବ୍ୟାଶା ଦାସ, ପ୍ରିୟଦର୍ଶନୀ ବେହେରା, ଛାତ୍ର ବିଦ୍ୟାସାଗର ପାତ୍ର, ଅମର ନାଥ ଜେନା, ଦେବାଶିଷ ଦେ, ଦୀପଙ୍କର ଗିରି, ରାଜକୁମାର ନନ୍ଦୀ ପ୍ରମୁଖ ପୂଜାରେ ପରିଚାଳନା କରିଥିଲେ ।

