ଦେଓଗାଁ ବ୍ଳକରେ ବିଜେପିର ସାଂଗଠାନିକ ସଭା : କେନ୍ଦ୍ର ସରକାରଙ୍କ ଯୋଜନାକୁ ତଳସ୍ତରକୁ ପହଞ୍ଚାଇବା ଓ ପ୍ରଚାର କରିବା ଉପରେ ପ୍ରଧାନ୍ୟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୯ଟା ସମୟରୁ ଦେଓଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବିଜେପିର ସାଂଗଠାନିକ ସଭା ବଲାଙ୍ଗିର ଲୋକସଭା ସାଂସଦଙ୍କ ପ୍ରତିନିôଧ ଅମିତ ସିଂନିନାଙ୍କ ନେତୃରେ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର ଗଡ଼ଦ୍ବାର ଠାରେ ଗାଈବାହାଲ ପଞ୍ଚାୟତ ସ୍ତରୀୟ ସଂଗଠାନିକ ସଭା ଅନୁ‌ଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ୟ୍ୟକର୍ତ୍ତା ଯୋଗଦେଇ ବିଜେପିର ସମସ୍ତ ଦଳୀୟ କାର୍ୟ୍ୟରେ ସହଯୋଗ କରିବା ସହ କେନ୍ଦ୍ର ସରକାରଙ୍କ ଯୋଜନା କିପରି ଠିକ୍‌ ଭାବେ ଲୋକଙ୍କ ନିକଟକୁ ପହଞ୍ଚିବ ଓ ସେହି ଯୋଜନା କେନ୍ଦ୍ର ସରକାରଙ୍କ ବୋଲି ସାଧାରଣ ଲୋକେ ବୁଝି ପାରିବେ, ସେଥିପ୍ରତି ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଥିଲା । ସେହିପରି ସନ୍ଧ୍ୟାରେ ଜରାସିଂହା ପଞ୍ଚାୟତ ଠାରେ ସଂଗଠାନିକ ସଭା ଅନୁ‌ଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ଦିଗରାଜ ପଧାନ, ସନ୍ତୋଷ ଧରୁଆ, ରତନ ମାଝୀ, ନରେନ୍ଦ୍ର ଧରୁଆ, ହରେକୃଷ୍ଣ ମାଝୀ, ଶୁସାନ୍ତ ସାମଲ, ଲକ୍ଷ୍ମଣ କୁଅଁର, ଅଶୋକ ଭୋଇ, ସତ୍ୟ ମାଝୀ, ରାଧେଶ୍ୟାମ ପୋଢ଼, ଭୋଳାନାଥ ସାହୁ, ମାନୁ ମେର୍ଲ୍ଲୀ, ଘନଶ୍ୟାମ ନନ୍ଦ, କେଶବ ରଣା, ବବଲୁ ନାଗ, ରାହୁଲ ସୁନା, ଆକାଶ ଦାଶ, ଅଜୁ ନାଗ, ସୁରଜ ନନ୍ଦ, ଦିଗ ଭାଇଙ୍କ ସହ ସମସ୍ତ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.