ଆଦିବାସୀ ଚିତ୍ରକଳା ଶିବର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଶା ଲଳିତ କଳା ଏକାଡେ଼ମି ପକ୍ଷରୁ ଆୟୋଜିତ ଓ ବଲାଙ୍ଗିର ଆର୍ଟ ରିସର୍ଚ୍ଚ ସେଣ୍ଟର ସହଯୋଗିତାରେ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ଯାଏ ଚାଲିବ ବୋଲି କୁହାଯାଇଛି । ଆଜିର ଉଦ୍‌ଘାଟନୀ ଉତ୍ସବରେ ବରିଷ୍ଠ ଚିତ୍ରଶିଳ୍ପୀ ବାସୁଦେବ ମେହେର, ଏକାଡେ଼ମିର ଏକ୍‌ଜିକ୍ୟୁଟିଭ୍‌ ବଡ଼ି ମେମ୍ବର ଶିଳ୍ପୀ ଶ୍ୟାମସୁନ୍ଦର ମେହେର ଏବଂ ସାମ୍ବାଦିକ ସଂଦୀପ କୁଅଁର ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫ ଜଣ ଆଦିବାସୀ ଚିତ୍ରଶିଳ୍ପୀ ଯୋଗଦାନ କରିଥିଲେ । ଏହି ୧୫ ଜଣ ଶିଳ୍ପୀଙ୍କ ମଧ୍ୟରୁ ୮ ଜଣ ବଲାଙ୍ଗିରର ଶିଳ୍ପୀ ବୋଲି କୁହାଯାଇଛି । ଆର୍ଟ ରିସୋର୍ସ ସେଣ୍ଟର ସଚିବ ଶିଳ୍ପୀ ସରୋଜ ମହାପାତ୍ର ଶିବିର ଆୟୋଜନରେ ବିଶେଷ ସହାୟତା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.