
କେସିଙ୍ଗା, (ପ୍ରୀତେଶ ପଟେଲ) : ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ସହରର ସମସ୍ତ ରେଷ୍ଟୁରାଣ୍ଟ ଓ ହୋଟଲ ଦୋକାନରେ ଚଢାଉ କରାଯାଇଥିଲା । ସେଠାରୁ ରଙ୍ଗମିଶା ଖାଦ୍ୟ, ବାସି ଖାଦ୍ୟ ଠାବ ହୋଇଥିଲା । ଏ ସଂକ୍ରାନ୍ତରେ ଦୋକାନୀଙ୍କୁ ଚେତାବନୀ ଦେବା ସହ ପୁନର୍ବାର ଏଭଳି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍ କରାଯାଇଥିଲା । ପାଞ୍ଚ ଜଣ ଦୋକାନୀଙ୍କୁ ଫାଇନ ମଧ୍ୟ କଟାଯାଇଥିଲା । ସମ୍ପ୍ରତି ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଆଗକୁ ନିୟମିତ ଚଢାଉ କରାଯିବ ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ୍ ନାୟକ ସୂଚନା ଦେଇଥିଲେ । କେସିଙ୍ଗା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା କି ରକ୍ଷାବନ୍ଧନ ଆଗରୁ ହୋଇଥିଲେ ଭଲ ହୁଅନ୍ତା । କିଶୋର ଚନ୍ଦ୍ର ଦାସ ସ୍ଵସ୍ଥା ପରିଦର୍ଶକ ଏବଂ କେସିଙ୍ଗା ଏନ୍ଏସିର ପ୍ରଶାନ୍ତ ବାରିକ, ନୃସିହ ବେହେରା ଓ ସୁଶାନ୍ତ କୁମାର ନାୟକଙ୍କ ସହ ପୁଲିସ କର୍ମଚାରୀଙ୍କ ସହଯୋଗରେ ଚଢାଉ କରାଯାଇଥିବା ଜଣାପଡ଼ିଛି ।