jayashree

ଅଧିକାରୀଙ୍କ ଉପରେ ବର୍ଷିଲେ କଣ୍ଟାବାଞ୍ଜି ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନପ୍ରତିନିଧିଙ୍କୁ କାହିଁକି ଖବର ଦିଆଗଲା ନାହିଁ ? ଏହି ପ୍ରଶ୍ନ ଉଠାଇ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବଲାଙ୍ଗିରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ ଚାଲିଥିବା ପରାମର୍ଶ କର୍ମଶାଳାରେ ଦେଖିବାକୁ ମିଳିଥିଲା ଏଭଳି ଅସନ୍ତୋଷ । ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ପୌରହିତ୍ୟରେ ଆୟୋଜିତ କର୍ମଶାଳାରେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅତିଥି ମଞ୍ଚାସୀନ ଥିଲେ । ହେଲେ ବୈଠକରେ ଜନପ୍ରତିନିଧିଙ୍କୁ କାହିଁକି ଠିକ୍‌ ଭାବେ ଅବଗତ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ ବିଧାୟକ ଲକ୍ଷ୍ମଣ ବାଗ । କାହା ପରିଚାଳନାରେ ବୈଠକ ହେଉଛି, ସରକାରଙ୍କୁ ବଦନାମ କରିବା ପାଇଁ ଏଭଳି କରାଯାଉନାହିଁ ତ ବୋଲି ସେ ପ୍ରଶ୍ନ କରିଥିଲେ । ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିବେ ବୋଲି କହିଛନ୍ତି ବିଧାୟକ ।

Leave A Reply

Your email address will not be published.