jayashree

ହତ୍ୟା ଧମକ ନେଇ ବଙ୍ଗୋମୁଣ୍ଡା ଥାନାରେ ଏତଲା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ତୁରେକେଲା ପଞ୍ଚାୟତ ତେତେଲପଡା ଗାଁର ଋଷିଚରଣ ବିଶି (୫୨)ଙ୍କୁ ହତ୍ୟା ଧମକ ଦେଇଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଋଷିଚରଣ ତେତେଲପଡା ଗାଁରେ ଏକ କୁକୁଡ଼ା ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଗତକାଲି ରାତ୍ର ପ୍ରାୟ ୯ ଘଟିକାରେ ସେ ନିଜ ଦୋକାନ ସମ୍ମୁଖରେ ଥିବାବେଳେ ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବାରେଶ ବାହାଲି ଗାଁର କାହ୍ନା ବାଗ, ଲକ୍ଷ୍ମଣ ବାଗ ଓ ସହଯୋଗୀ ଟୁଲୁ ଠେଙ୍ଗା, ବାଡ଼ି ଧରି ଆସି ହତ୍ୟା ଧମକ ଦେବା ସହ ଦୋକାନରେ ଲାଗିଥିବା ଲୁହା କବାଟକୁ ମଧ୍ୟ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ବଙ୍ଗୋମୁଣ୍ଡା ପୋଲିସ ଅଧିକ ତଦନ୍ତ ଆରମ୍ଭ କରୁଛି । ପୂର୍ବରୁ ମଧ୍ୟ କଳି ଝଗଡା କରୁଥିବା ସହ ଗତକାଲି ମଧ୍ୟ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିବା ନେଇ ଏତଲାରେ ଦର୍ଶାଇଛନ୍ତି । ନ୍ୟାୟ ମିଳୁ ବୋଲି ସେ ଦାବି କରିଛନ୍ତି ।

Leave A Reply

Your email address will not be published.