
ବଲାଙ୍ଗିର, (ଦେବାଶିଷ ମିଶ୍ର) : ୟୁନଟେଡ଼ ଫୋରମ୍ ବ୍ୟାଙ୍କ ୟୁନିଅନ ଡାକରାରେ ଷ୍ଟେଟ୍ ବ୍ୟାଙ୍କ ବଲାଙ୍ଗିର ଶାଖା ସାମନାରେ ୫ ଦିନିଆ ବ୍ୟାଙ୍କିଙ୍ଗ ଏବଂ ପକ୍ଷପାତପୂର୍ଣ୍ଣ ପିଇଏଲଆଇ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ବଲାଙ୍ଗିରର ବିଭିନ୍ନ ବ୍ୟାଙ୍କ ସଂଘ କର୍ମଚାରୀ ଏକତ୍ରିତ ହୋଇ ବଲାଙ୍ଗିର ଏସ୍ବିଆଇ ଶାଖା ସମ୍ମୁଖରେ ଧାରଣା ଦେଇଥିଲେ । ଏହି ଧାରଣା ରୋହିତ ଶତପଥୀ, ରୂପେଶ ଦଳେଇ, ଜିତେନ୍ଦ୍ର ନାଏକ, ସୁଜିତ ମିଶ୍ର ପରିଚାଳନା କରିଥିଲେ । ଏଥିରେ ଆଲୋକ ରଂଜନ, ସୁଚିସ୍ମିତା ନାଏକ, ନିବୃତ ବହିଦାର, ରାଜେଶ ଦାସ, ମୋନାଲିସା ସାହୁ, ଶ୍ରେତା ପାଣିଗ୍ରାହୀ, ସୁରେଶ ସେଠ, ଶିବରାମ ସାହୁ, ନିମାଇଁ ଗୁରୁ, ପ୍ରତୀକ ବଲ୍ଲଭ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।