
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ରକ୍ଷାବନ୍ଧନ ଏବଂ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଚକ୍ରଧର ନାଏକଙ୍କ ଆୟୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ସତ୍ୟ ନାରାୟଣ ରାଜପୁତ, ଏସ୍ଆଇ ଶିବ ଶଙ୍କର ମହାନ୍ତି, ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନର ରୋଜୀ ଭଉଣୀ, ବ୍ରହ୍ମକୁମାର ଶଙ୍କର୍ଷଣ ବେହେରା, ସାମ୍ବାଦିକ ଦୀପକ କୁମାର ସାହୁ, ଶୁଭେନ୍ଦୁ କୁମାର ପଣ୍ଡା ପ୍ରମୁଖ ଅତିଥୀ ଭାବେ ଯୋଗଦେଇ ରକ୍ଷାବନ୍ଧନର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶିଶୁ ଭଉଣୀ ମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ନିଶା ନିବାରଣ ପାଇଁ ସହଯୋଗର ହାତ ବଢେଇବାପାଇଁ କାମନା କରିଥିଲେ । ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିବାବେଳେ ଆଚାର୍ଯ୍ୟ, ଆଚାର୍ଯ୍ୟାମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ନିଶା ନିବାରଣ ପାଇଁ ଶପଥପାଠ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷାବିତ ମନ୍ମଥ ମିଶ୍ର ସଂଯୋଜନା କରିଥିଲେ । ସେଭଳି ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ଉପ କେନ୍ଦ୍ରରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଭବାନୀପାଟଣା କେନ୍ଦ୍ର ମୁଖ୍ୟ ସଞ୍ଚାଳିକା ଶଶୀ ଭଉଣୀ, ମାନସ ଭାଇ, ସୁବାସ ଭାଇ, ଜୟନ୍ତୀ ଭଉଣୀ ରକ୍ଷାବନ୍ଧନର ଉଦ୍ଦେଶ୍ୟ ସହ ମଣିଷ ଜୀବନର ମୂଳ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶଶୀ ଭଉଣୀ ସମସ୍ତଙ୍କୁ ରକ୍ଷାବନ୍ଧନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭବାନୀ ବେହେରା, ସଂଜୀବ କୁମାର ଠାକୁର, ଶୁଭେନ୍ଦୁ କୁମାର ପଣ୍ଡା ଏବଂ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବ୍ରହ୍ମକୁମାର ଶଙ୍କର୍ଷଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରେମଲାଲ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।