jayashree

ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ସମ୍ଭବ କଲେଜ ଧାନଘରା ଠାରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଲେଜର ପ୍ରତିଷ୍ଠାତା ଡମ୍ବରୁଧର ରଣା ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀ ନିଶା ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ । ସଂପାଦକ ବିଶିଷ୍ଟ ଆଶୁକବି ଡ. ହେମନ୍ତ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବାଦର ଏଭଳି ଅଭିନବ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । କଲେଜର ଉପାଧ୍ୟକ୍ଷ ରାମ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସମ୍ବାଦ ପ୍ରତିନିଧି ଅରବିନ୍ଦ ବିଶ୍ଵାଲ ଓ କନକ ନିଉଜ୍ ରିପୋର୍ଟର୍ ଶେଷଦେବ ମେର୍ଲି ଯୋଗ ଦେଇଥିଲେ । ଛାତ୍ର ଶିବ ନାରାୟଣ ସେଲମା ଓ ଛାତ୍ରୀ ସୌମ୍ୟାଶ୍ରୀ ରଣା ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ରମେଶ ଚନ୍ଦ୍ର ରଣା ସଭା ସଞ୍ଚାଳନ କରିଥିଲେ । ସଭା ଶେଷରେ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ଓ ଭାଇମାନେ ତାର ପ୍ରତିବଦଳରେ ନିଶାକୁ ନା କହି ଶପଥ ପାଠ କରିଥିଲେ । ଏହି ଅବସରରେ କଲେଜର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଂଜନ ରଞ୍ଜନ ପ୍ରଧାନ, ରାକେଶ ବାରିକ, ଅଧ୍ୟାପକ ଡେଜି ବିଶ୍ୱାଲ, ପୁରୁଷୋତ୍ତମ ଛତ୍ରିଆ, ବେଣୁଧର ସାହୁ, ସାହିତ୍ୟ ଘର ସଦସ୍ୟ ଭକ୍ତବନ୍ଧୁ ସାହୁ, ସନ୍ତୋଷ କୁମାର ବେହେରା ଓ ବୀରେନ୍ଦ୍ର ସୁନା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.