jayashree

ପବିତ୍ର ଇଦ ମିଲାଦ-ଉନ୍‌-ନବୀ ଅବସରରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀଙ୍କ ଯୋଗଦାନ

ବୀରମିତ୍ରପୁର, (କେପିଏନ୍‌ଏସ୍‌) : ଆଜି ବୀରମିତ୍ରପୁର ଠାରେ ୧୫୦୧ ତମ ଇଦ ମିଲାଦ-ଉନ୍‌-ନବୀ ମହାସମାରୋହରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ । ଶୋଭାଯାତ୍ରାରେ ସାମିଲ ହୋଇ ଭକ୍ତମାନଙ୍କୁ ଜିଲାପି ବଣ୍ଟନ କଲେ ଏବଂ ଶାନ୍ତି, ସଦ୍‌ଭାବ ଏବଂ ଭାଇଚାରାର ବାର୍ତ୍ତା ଦେଲେ । ଏହି ଅବସରରେ ପୋଲିସ ପ୍ରଶାସନ ତରଫରୁ ସ୍ୱଦପ ବୀରମିତ୍ରପୁର ପୁଷ୍ପେନ୍ଦୁ ସାଗର, ଥାନା ପ୍ରଭାରି ରାମ ପ୍ରସାଦ ନାଗ, ପୌର ଅଧ୍ୟକ୍ଷା ସନ୍ଦୀପ ମିଶା, ଉପାଧ୍ୟାକ୍ଷା ନିବେଦିତା ବାଗେ, ୱାର୍ଡ କାଉନସିଲର କମଲେଶ ସିଂ, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ, ବିଜେଡ଼ି ନଗର ସଭାପତି କୁନା ଦେଓ, ବିକ୍ରମ ପଟ୍ଟନାୟକ ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଅଞ୍ଜୁମାନ ଇତ୍ତହାଦୁଲ ମୁସଲେମିନ ତରଫରୁ ଆୟୋଜନ କରାଯାଇଥିଲା କମିଟିର ସଭାପତି ଏମଡି ଅକ୍ଷତର, ସମ୍ପାଦକ ଅବଦୁଲା ଖାଁ, ଏମଡି ନାଇଁମ, ଏମଡି ଇର୍ଷାଦ ଖାଁ, ଆବୁଲ ଖଇର, ଆଲମ, ଏମଡି ହେରା ,ଏମଡି ଏଜାଜ ଆଲମ, ତାହସୀନ ରାଜ଼ା, ସାକିବ ରାଜା, ଏମ୍‌ଡି ସାଜିଦ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଲ କରିଥିଲେ ।

Leave A Reply

Your email address will not be published.