jayashree

ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏମ୍.ଏମ୍.ଡି.ଆର୍. ଆଇନ–୨୦୨୬ ରଦ୍ଦ ଦାବିରେ ପାନପୋଷ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଇଣ୍ଡିଆ ମେଣ୍ଟର ବିକ୍ଷୋଭ

  • ୯ ସେପ୍ଟେମ୍ବରରେ ରାଜ୍ୟସ୍ତରୀୟ କନଭେନସନ୍ ପରେ ଅର୍ଥନୈତିକ ଅବରୋଧ ପାଇଁ ହେବ ନିଷ୍ପତ୍ତି ।

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ–୨୦୨୬ (ଏମ୍.ଏମ୍.ଡି.ଆର୍. ଆଇନ–୨୦୨୬)କୁ ତୁରନ୍ତ ରଦ୍ଦ କରିବା ଦାବିରେ ୨୫ ଅଗଷ୍ଟରେ ପାନପୋଷ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଖଣିଜ ସମ୍ପଦ ଓ ଅଧିକାର ସୁରକ୍ଷା ପାଇଁ ୨୫ ଅଗଷ୍ଟକୁ ‘ରାଜ୍ୟବ୍ୟାପୀ ପ୍ରତିରୋଧ ଦିବସ’ ଭାବେ ପାଳନ କରିବାକୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଆହ୍ୱାନର ଅଂଶ ଭାବେ ରାଉରକେଲାରେ ଏହି ବ୍ୟାପକ ପ୍ରତିବାଦ ଆୟୋଜିତ ହୋଇଥିଲା । ପାନପୋଷ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଇଣ୍ଡିଆ ବ୍ଲକର ଅଂଶୀଦାର ଦଳ ଜାତୀୟ କଂଗ୍ରେସ, ସିପିଆଇଏମ୍, ସିପିଆଇ ଓ ଜେଏମ୍‌ଏମ୍ ଦଳର ଶତାଧିକ ନେତା, କର୍ମୀ ଓ ସମର୍ଥକ ଏକତ୍ରିତ ହୋଇ ଏହି ଆଇନ ବିରୋଧରେ ଦୃଢ଼ ପ୍ରତିବାଦ ଜଣାଇଥିଲେ । ଜାତୀୟ କଂଗ୍ରେସ ରାଉରକେଲା ଜିଲ୍ଲା ସଭାପତି ସାବିର ହୁସେନ, ସିପିଆଇଏମ୍, ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ସିପିଆଇ ରାଉରକେଲା ଜୋନ୍ ସଂପାଦକ ସଦାନନ୍ଦ ସାହୁ, ଜେଏମ୍‌ଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ସୁଜିତ ଟପ୍ପୋ ପ୍ରମୁଖଙ୍କ ମିଳିତ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ କଂଗ୍ରେସର ସୁନ୍ଦରଗଡ଼ ଜିଲ୍ଲା ସଭାପତି ନିର୍ମଳ ନାୟକ, ବରିଷ୍ଠ ନେତା ରବି ରାୟ, ରଶ୍ମି ପାଢ଼ୀ, ଜ୍ଞାନେନ୍ଦ୍ର ଦାସ୍, ଗୋପାଳ ଦାସ, ସୁଶିଲ କିଣ୍ଡୋ, ପ୍ରବୋଧ ଦାସ, ଇଜାଜ ଅକତର, ଝରଣା ତ୍ରିପାଠୀ, ସିପିଆଇ (ଏମ୍) ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ବି. ପି. ମହାପାତ୍ର, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ନାୟକ, ଭାଗିରଥି ଟୁଡୁ, ସିପିଆଇ ଜିଲ୍ଲା ସଂପାଦକ ପ୍ରଦୋଷ ମହାନ୍ତି, ରମେଶ ସେଠୀ, ଅଜୟ ବାରା, କାର୍ତ୍ତିକ ନାୟକ, ଅନୁପମ ଦତ୍ତ, କୈଳାସ ନାୟକ, ଏଜ୍‌ଏମ୍‌ଏମ୍ ଜିଲ୍ଲା ନେତା ଶାନ୍ତି ପ୍ରକାଶ କୁଜୁର, ଜେରମ କେର୍କେଟା, ବୁଧୁଆ ଟପ୍ପୋ, ଚାରୋ ବାରୁଆ, ଥୋମାସ ଟପ୍ପୋ, ରଂଜିତ କଛୁଆ ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ, ଓଡ଼ିଶାର ଖଣିଜ ସମ୍ପଦ ଓଡ଼ିଶାବାସୀଙ୍କ ସମ୍ପଦ । ଏହା ରାଜ୍ୟର ଅର୍ଥନୀତି, ରାଜସ୍ୱ, ଶିଳ୍ପାୟନ ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏହି ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ସ୍ୱାର୍ଥକୁ ଦୁର୍ବଳ କରି କେନ୍ଦ୍ରୀୟ ନିୟନ୍ତ୍ରଣ ବଢ଼ାଇବାର ଯେକୌଣସି ପଦକ୍ଷେପ ଓଡ଼ିଶାର ଆର୍ଥିକ ଓ ସଂଘୀୟ ଅଧିକାର ଉପରେ ସିଧାସଳଖ ଆକ୍ରମଣ ବୋଲି ସେମାନେ କହିଥିଲେ । ବକ୍ତାମାନେ ଅଭିଯୋଗ କରିଥିଲେ ଯେ, ଏମ୍.ଏମ୍.ଡି.ଆର୍. ଆଇନ–୨୦୨୬ ରାଜ୍ୟର ଖଣିଜ ସମ୍ପଦ ଉପରେ କେନ୍ଦ୍ରୀୟ ନିୟନ୍ତ୍ରଣ ବଢ଼ାଇବା ସହିତ ରାଜ୍ୟର ରାଜସ୍ୱ ସ୍ୱାର୍ଥ, ସଂଘୀୟ ଅଧିକାର ଓ ଖଣି ଅଞ୍ଚଳର ଲୋକଙ୍କ ଅଧିକାରକୁ ଗୁରୁତର ଭାବେ ପ୍ରଭାବିତ କରିବ । ଏହା କେବଳ ଏକ ଆଇନର ପ୍ରଶ୍ନ ନୁହେଁ; ଏହା ଓଡ଼ିଶାର ସମ୍ପଦ, ଅଧିକାର ଓ ଭବିଷ୍ୟତ ଅର୍ଥନୈତିକ ସ୍ୱାର୍ଥର ପ୍ରଶ୍ନ ବୋଲି ସେମାନେ ମତପ୍ରକାଶ କରିଥିଲେ । ଏହି ବିକ୍ଷୋଭକୁ କଂଗ୍ରେସ ଦଳ ନେତା ଖଦାଳ ସେଠୀ, ଦେବକାନ୍ତ ନାୟକ, ଅଜିତ ପଶାୟତ, ରାଜେନ୍ଦ୍ର ପଟେଲ, ମୁନୁ ସରାଫ, ରଂଜିତା ମଲିକ୍, ସିପିଆଇ ନେତା ପଞ୍ଚାନନ ସୁନା, ଅରୁଣ ଭୋଇ, ଭାଗ୍ୟଧର ରାଉତ, ସିପିଆଇଏମ୍ ନେତା ପ୍ରଭାତ ମହାନ୍ତି, ଅଜିତ୍ ଏକ୍କା, ସାଗର ଛୋଟରାୟ, ବିନୟ ବେହୁରିଆ, ଜେଏମ୍ଏମ୍ ନେତା ଅଜୟ ଲାଖୁଆ, ଶୁକଦେବ କେରକେଟା, ଗୋପୁ ଲାଖୁଆ, ପାଲୁସ ଖାଖା, ସାନକା ତିର୍କୀ, ରାଜେଶ ଲାଖୁଆ, ସେରଜାନ କନସାରୀ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.