
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଡୁଙ୍ଗୁରିପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ଏକ ଦିବସୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୟାସାଗର ସାହୁଙ୍କ ସଭାପତିତ୍ଵରେ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରପର୍ସନ ବିଶିକେଶନ ନିଆରୀଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗଦାନ କରିଥିଲେ । ଶିକ୍ଷାବିତ୍ ଗିରିଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ମିଠାପାଲି କ୍ଲଷ୍ଟର ସିଆର୍ସିସି ବ୍ରଜକିଶୋର ଜେନା ସାଧନ କର୍ମୀ ଭାବରେ ଯୋଗ ଦେଇ କମିଟିର ସଦସ୍ୟ/ସଦସ୍ୟା ମାନଙ୍କୁ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟ, ଭୂମିକା ଓ ଦାୟିତ୍ଵକୁ ବିଷଦ ଭାବରେ ଆଲୋଚନା କରି ତାଲିମ ପ୍ରଦାନ କରିଥିଲେ । ବିଦ୍ୟାଳୟକୁ ଅଧିକ ସୁଦୃଢ କରିବା, ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ବୃଦ୍ଧି ଓ ଗୁଣାତ୍ମକ ଶିକ୍ଷାର ବିକାଶ କରିବା ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଦିଗରେ କମିଟୀର ମୁଖ୍ୟ ଭୂମିକା ରହିବ ବୋଲି ଆଲୋଚନା ହୋଇଥିଲା । ଅଧାରୁ ପାଠପଢ଼ା ଛାଡୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟାଭିମୁଖି କରିବା ସହିତ ମୁଖ୍ୟ ଶିକ୍ଷାସ୍ରୋତରେ କିଭଳି ସାମିଲ୍ ହୋଇ ପାରିବେ ସେଥିପାଇଁ ଯତ୍ନବାନ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ କମିଟି ଏବଂ ଶିକ୍ଷା କମିଟିର କାର୍ଯ୍ୟ ଓ ଭୂମିକାକୁ ମଧ୍ୟ ସୂଚାରୁ ଭାବେ ଆଲୋଚନା କରାଯାଇଥିଲା । ଏହି ସଭାରେ ବିଦ୍ୟାଳୟର ଶିକ୍ଷକ ବିମଳ କୁମାର ପାଣଗ୍ରାହୀ, ଜୟପ୍ରକାଶ ରଣା, ରାଜକୁମାର ସାହୁ, ସୁଦାମ ଦାସ, ଶିକ୍ଷୟିତ୍ରୀ କସ୍ତୁରୀ ଭୋଇ, ମାଧୁରୀ ମୁଣ୍ଡା, ମମତା ନାଗ , ନୀଳାଦ୍ରି ବାଗ, ପଦ୍ମାବତୀ ରଣା, ମାଧବୀ ନାୟକ ପ୍ରଭୃତି ଉପସ୍ଥିତ ରହିବା ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟା ପବିତ୍ର ସୁନା, ଚିତ୍ରରେଖା ରାଉତ, ଅନିତା ପ୍ରଧାନ, ଭୁବନେ କପାଟ ପ୍ରଭୃତି ସମସ୍ତ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ବିଜୟା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।