jayashree

ପଲ୍ଲିଶ୍ରୀ ବିହାର ରାଧାକୃଷ୍ଣ ମନ୍ଦିରରେ ଝୁଲଣଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ହେବାକୁ ଥିବା ଝୁଲଣ ଯାତ୍ରା ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ସାଇଟ୍‌ ନର୍ସିଂ କଲେଜର ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଥିଲେ । ସଦାଇପାଲି ରାଧେରାଧେ ମହିଳା ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ଭଜନ କୀର୍ତ୍ତନ କରାଯାଇଥିଲା । ଶେଷରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଦିଆଯାଇଥିଲା । ଏଥିରେ ସୁଲୋଚନା ମିଶ୍ର, ବାସନ୍ତୀ ନାଏକ, ସୁରଭା ସାଏ, ଜୟନ୍ତୀ ସାଏ, ଅଶୋକ ପଧାନ, ରାଧାକାନ୍ତ ନାଏକ ଓ ଗଣେଶ ପଟେଲ ଆଦି ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.