
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ପୁରେନା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଛବିଳ ବରିହାଙ୍କୁ ମାନ୍ୟବର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତୃତୀୟ କିସ୍ତି ଟଙ୍କା ବିଲ୍ କରାଇଦେବା ବାହାନାରେ ସତିଭଟା ଗ୍ରାମର ଅର୍ଜୁନ ଲୁହାରଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିଲେ । ବରଗଡ଼ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ରାଜା ରଞ୍ଜନ ପାଢ଼ୀ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୪ ବର୍ଷର କଠୋର କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୨୦,୦୦୦ ଟଙ୍କା ଜରିମାନା ଅନାଦାୟ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ସ୍ପଷ୍ଟ କରାଯାଇଛି ।