
ରାଉରକେଲା, (ସସ୍ମିତା ପ୍ରଧାନ) : ରିମ୍ସରେ ରୋଟାରାକ୍ଟ କ୍ଲବର ପଦ ସ୍ଥାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ନିର୍ବାଚିତ ରୋଟାରାକ୍ଟ ସଭାପତି ଅଭିଷେକ ଏବଂ ତାଙ୍କ ସମସ୍ତ ନୂତନ ଟିମ୍ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରିମ୍ସର ନିର୍ଦ୍ଦେଶକ ଡା. କେ.କେ ପାତ୍ର, ଅଧ୍ୟକ୍ଷ ଡା. ଏସ. ପଟ୍ଟନାୟକ, ଗାଇଡ୍ ଶିକ୍ଷୟିତ୍ରୀ ଗାୟତ୍ରୀ କୁରୁପ ଏବଂ ଡା. ସିଦ୍ଧାର୍ଥ ପ୍ରଧାନ ପ୍ରମୁଖ ଅନ୍ୟ ଅଧ୍ୟାପକମାନଙ୍କ ସହ ଯୋଗ ଦେଇଥିଲେ । ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ କ୍ଲବ୍ ସଭାପତି ଡା. ସରିତା ମଲ୍ଲ, ଉପ-ସଭାପତି ଲଳିତା ମୁଦାଲି ଏବଂ ସମ୍ପାଦିକା ରୋଟାରୀୟାନ୍ ନମିତା ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ଚେୟାରପର୍ସନ ରୋଟାରୀୟାନ୍ ପ୍ରଶାନ୍ତି, କ୍ଲବ ସଦସ୍ୟ ରୋଟାରୀୟାନ୍ ଆଶିଷ, ରୋଟାରୀୟାନ୍ ଦିଲ୍ଲୀପ, ରୋଟାରୀୟାନ୍ ନିବେଦିତା, ରୋଟାରୀୟାନ୍ ସନ୍ଧ୍ୟା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଆୟୋଜକମାନେ ଧନ୍ୟବାଦ ଜଣାଇଥିଲେ ।