
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗ୍ରାମରେ ଅଭିରାମ ଭକ୍ର ଗୋଷ୍ଠୀ ଆନୁକୂଲ୍ୟରେ ପବିତ୍ର ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ସ୍ଥାନୀୟ ଅଭିରାମ ଆଶ୍ରମ ପରିସରରେ ପ୍ରତ୍ୟହ ସନ୍ଧ୍ୟାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ନୀତିପୂଜା ସହ ଭଜନ ସଙ୍କୀର୍ତ୍ତନ ହେଉଛି । ଅଭିରାମ ଭକ୍ତ ଗୋଷ୍ଠୀର ସମ୍ପାଦକ ଡାକ୍ତର ଥାଟି, ପ୍ରଫୁଲ୍ଲ ଥାଟି, ଗୌରୀ ଶଙ୍କର ସାହୁ, ରମାକାନ୍ତ ସାହୁ କାର୍ଯ୍ୟକ୍ରମ ସମ୍ପାଦନ କରୁଥିବା ବେଳେ ଏହି ଯାତ୍ରା ଆସନ୍ତା ଶ୍ରାବଣ ପୂର୍ଣ୍ଣିମା ଦିନ ସମାପିତ ହେବ ବୋଲି ଜଣାଯାଇଛି ।