jayashree

ଧର୍ମପରାୟଣା ମହିଳାଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ ଜଣାଶୁଣା ଜଣେ ଧର୍ମପରାୟଣା ମହିଳା ନୟନା ବିଶ୍ୱାଳଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ଅମାୟୀକା, ପରୋପକାରୀ ମହିଳା ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ନୟନାଙ୍କ ସ୍ୱାମୀ ସ୍ୱର୍ଗତ ନିଶାମଣି ବିଶ୍ୱାଳ ନୀଳଚକ୍ର ଅନୁଷ୍ଠାନ ତଥା ଜଣେ ଶ୍ରମିକନେତା ଭାବେ ପରିଚିତ ଥିଲେ । ନୟନାଙ୍କ ଶେଷକୃତ୍ୟ ବେଦବ୍ୟାସ ଠାରେ କରାଯାଇଛି । ଜ୍ୟେଷ୍ଠ ପୁତ୍ର ଆଇନଜୀବୀ ସୁକାନ୍ତ ବିଶ୍ୱାଳ ମୁଖାଗ୍ନୀ ଦେଇଥିଲା ବେଳେ, ପୁତ୍ରବଧୂ ଆଇନଜୀବୀ ଗୀତା, କନିଷ୍ଠ ପୁତ୍ର ଆଇଜିଏଚ୍‌ର ସନତ ଓ ପୁତ୍ରବଧୂ କୁନ୍ମୟୀ, କନ୍ୟା ମମତା ଓ ଜାମାତା ଅବସରପ୍ରାପ୍ତ ଇଞ୍ଜିନିୟର ରୁଦ୍ର ଭୂଷଣ ନାୟକ ତଥା ନାତି ଆଇନଜୀବୀ ଜଗଦୀଶ, ସିଦ୍ଧାର୍ଥ, ମୃତ୍ୟୁଞ୍ଜୟ ଓ ଅଂଶୁମାନ ପ୍ରମୁଖ ତଥା ଅନ୍ୟମାନେ ଉପସ୍ଥିତ ରହି ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ ।

Leave A Reply

Your email address will not be published.