jayashree

୩୨ତମ ରାଜ୍ୟ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାକୁ ୩ଟି ସ୍ୱର୍ଣ୍ଣ ପଦକ ସହିତ ମୋଟ ୧୨ଟି ପଦକ ହାସଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ୨୧ରୁ ୨୩ ଅଗଷ୍ଟ ୨୦୨୬, ୩ ଦିନ ଧରି ଝାରସୁଗୁଡାର ବେଲପାହାଡ ଠାରେ ୩୨ତମ ରାଜ୍ୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲାରୁ ୩ଟି ସ୍ୱର୍ଣ୍ଣ ପଦକ ସହିତ ମୋଟ ୧୨ଟି ପଦକ ହାସଲ କରିଛନ୍ତି । ଦିୟା ସାଗର ସ୍ୱର୍ଣ୍ଣ ପଦକ ସହିତ ଶ୍ରେଷ୍ଠ ଖେଳାଳି ଟ୍ରଫି, ସନ୍ଧ୍ୟା ନାଗ ସ୍ୱର୍ଣ୍ଣ ପଦକ, ଅଭିପ୍ସା ହୋତା ସ୍ୱର୍ଣ୍ଣ ପଦକ, ସୁହାନି ଗୁରହାଣ୍ଡି ରୌପ୍ୟ ପଦକ, ସୂର୍ଯ୍ୟ ଜେନା ରୌପ୍ୟ ପଦକ, ଅଂଶୁମାନ ସାହୁ ରୌପ୍ୟ ପଦକ, ଶୁଭଶ୍ରୀ ବିଶି ରୌପ୍ୟ ପଦକ, ଜଗନ୍ନାଥ ମେହେର ରୌପ୍ୟ ପଦକ, ନୟନ ରାୟ କାଂସ୍ୟ, ପ୍ରଚୁର୍ଯ୍ୟା ରାୟ କାଂସ୍ୟ ପଦକ, ଯଜ୍ଞ ପ୍ରକାଶ ତ୍ରିପାଠି କାଂସ୍ୟ ପଦକ, ରାହୁଲ ସେଠ କାଂସ୍ୟ ପଦକ ଆଣି ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଓଡିଶା ଉଷୁ ସଂଘ ଚେୟାରମେନ ସୁଧାଂଶୁ ଶେଖର ହରିଚନ୍ଦନ ଓ ବଲାଙ୍ଗିର ଜିଲ୍ଲା ଉଷୁ ସଂଘ ସଭାପତି ତପନ ପାଣିଗ୍ରାହୀ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ବୋଲି ଉଷୁ କୋଚ୍‌ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.