jayashree

ଛାତରୁ ପଡ଼ି ମହିଳା ମୃତ : ବଲାଙ୍ଗିର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ହେଲା ଶବ ବ୍ୟବଚ୍ଛେଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛାତରୁ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି । ମୃତ ମହିଳା ଜଣକ କଳାହାଣ୍ଡି ଜିଲ୍ଲା ବିନ୍ଧାଣୀଗୁଡ଼ା ଉର୍ମିଳା ଶବର ହୋଇଥିବା ଜଣାପଡ଼ିଛି । ସେ ତାଙ୍କ ମା’ ଘରକୁ ଆସିଥିବା ବେଳେ ବର୍ଷା ହେଉଥିବାରୁ ଭୋରରୁ ଛାତ ଉପରକୁ ଯାଇଥିଲେ । ଏତିକି ବେଳେ ତାଙ୍କ ଗୋଡ଼ ସ୍ଲିପ୍ କରିଯିବାରୁ ତଳେ ପଡ଼ି ଯାଇଥିଲେ । ଯାହା ଫଳରେ ସେ ଗୁରୁତର ହୋଇଯାଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ଭବାନୀପାଟଣା ହସପିଟାଲକୁ ଆଣିଥିଲେ ଡାକ୍ତର ତାଙ୍କୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ଡାକ୍ତର ବଲାଙ୍ଗିର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବଲାଙ୍ଗିର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଉଥିବା ଜଣାପଡ଼ିଛି । ମୃତ ଉର୍ମିଳାଙ୍କ ଝିଅ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.