jayashree

ଖୁଜେନପାଲି ରେଳ ଫାଟକରେ ଟ୍ରେନ୍‌ ଧକ୍କାରେ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟ ଝୁଜେନପାଲି ରେଳ ଫାଟକରେ ଅଘଟଣ। ଟ୍ରେନ୍‌ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ପାଟଣାଗଡ଼ ଥାନା ଉଲବା ଗାଁର ପଦ୍ମାବତୀ ମେହେର ବୋଲି ଜଣାପଡ଼ିଛି । ସୋମବାର ସମଲେଶ୍ୱରୀ ଏକ୍ସପ୍ରେସ୍‌ ବଲାଙ୍ଗିର ଷ୍ଟେସନରୁ ଯାଉଥିବା ବେଳେ ପଦ୍ମାବତୀ ରେଳ ଧାରଣା ଉପରେ ଚାଲି ଆସୁଥିଲେ । ଖୁଜେନପାଲି ଫାଟକ ନିକଟ ଜେଟି-୯୯, ୬୮୨/୩୪-୩୬ କିଲୋମିଟର ମଧ୍ୟରେ ହଠାତ୍‌ ଟ୍ରେନ୍‌ରେ ପିଟି ହୋଇ ତଳେ ପଡ଼ିଯାଇଥିଲେ । ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ପଦ୍ମାବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି । ଘଟଣାର କାରଣ ନେଇ ରେଳବାଇ ପୋଲିସର ତଦନ୍ତ ଜାରିରହିଛି ।

Leave A Reply

Your email address will not be published.