jayashree

ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ବଲାଙ୍ଗିରରେ ଆୟୁଷ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନେତାଜୀ ସଂଗ୍ରାମ ପରିଷଦ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ଆୟୁଷ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନେଇ ଦୃଢମତ ଉଠିଛି । ତ୍ରୈମାସିକ ମୁଖପତ୍ର ସୁଭାଷ ଚିନ୍ତନ ଚତୁର୍ଥ ବର୍ଷ ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଭଗବତୀ ମଣ୍ଡପ ଠାରେ ବଲାଙ୍ଗିରରେ ଆୟୁଷ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପୃଷ୍ଠଭୂମି ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପରିଷଦର ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଅଧ୍ୟକ୍ଷତାରେ ଶିକ୍ଷାବିତ୍‌ ଡ. ଜୟକୁମାର ଆଚାର୍ଯ୍ୟ, ଆୟୁର୍ବେଦ ଡାକ୍ତର ବିପିନ ବିହାରୀ ମିଶ୍ର, ହୋମିଓପାଥି ଡାକ୍ତର ଗୋଦାବରିଶ ରଥ, ବରିଷ୍ଠ ଆଇନଜୀବୀ ଶଶୀ ଭୂଷଣ ପୁରୋହିତ, ଦିବ୍ୟ ଜୀବନ ସଂଘ ଯୋଗାଚାର୍ଯ୍ୟ ଶିବାନନ୍ଦ ଦାଶ ମଂଚାସୀନ ଥିଲେ । ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠା ସମୟୋପଯୋଗୀ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତା ସମୂହ ମତବ୍ୟକ୍ତ କରିଥିଲେ । ବଲାଙ୍ଗିର ଆୟୁର୍ବେଦ କଲେଜ ପୁରାତନ ଛାତ୍ର ସଂଘ ସଭାପତି ଡା. ବାସୁଦେବ ପତି ତାଙ୍କ ବକ୍ତବ୍ୟରେ ବଲାଙ୍ଗିରରେ ଆୟୁଷ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଅପରିହାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ । ପରିଷଦର ଆବାହକ ବିରେନ୍ଦ୍ର ବନଛୋର ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇନଜୀବୀ ଶିରିଷ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଶତାଧିକ ବୁଦ୍ଧିଜୀବୀ ଓ ସାହିତ୍ୟିକ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.