jayashree

ଖଡିଆଳ ଏନଏସିର ରାସ୍ତା ଉନ୍ନତି କରଣ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡିଆଳ ଏନଏସିର ରାସ୍ତା ଉନ୍ନତି କରଣ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗରେ ଅବସରପ୍ରାପ୍ତ ପୂର୍ବତନ ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ତ୍ରିପାଠୀ ଓ ପୂର୍ବତନ କନିଷ୍ଟ ଯନ୍ତ୍ରୀ ଜୟନ୍ତ ପଣ୍ଡା ସହ ଠିକାଦାର ପ୍ରଶନ୍ନ ମହାନାକୁ ଭବାନିପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ତିନି ଜଣକୁ ତିନି ବର୍ଷ ପାଇଁ ଦଣ୍ଡାଦେଶ ଶୁଣାଇବା ସହ ଜୋରିମନାରେ ଦଣ୍ଡିତ କରିଛନ୍ତି । ଅନ୍ୟପଟେ ଭବାନିପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଦୁଇ ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ପେନସନ ସ୍ଥଗିତ ରଖିବା ପାଇଁ ବିଭାଗିୟ ଅଧିକାରୀଙ୍କୁ ଲିଖିତଆକାରରେ ଜଣାଇଛନ୍ତି ।

Leave A Reply

Your email address will not be published.