jayashree

ବାଲି ଚୋରା ଚାଲାଣର ଭିଡିଓ ଭାଇରାଲ, ବାଲି ମାଫିଆମାନେ ବଜେପି ନେତା ସହ ହଟହଟା

  • ଖଣି ବିଭାଗ ବାଲି ମାଫିଆ ମଧୁଚନ୍ଦ୍ରିକା

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ତହସିଲ ଅଞ୍ଚଳରେ ବାଲି ଟେଣ୍ଡର ଶେଷ ହୋଇଛି। ସରକାରୀ ଟେଣ୍ଡର ବ୍ୟବସ୍ଥା ହେଉନି ବୋଲି ବାଲି ମାଫିଆ ମାନେ ଖଣି ବିଭାଗ ସହ ହାତ ମିଶାଇ ମାଡି ଚାଲିଛନ୍ତି । କେତେ ବେଳେ ପୋଲିସ ବାଲି ଗାଡି ଧରି ନିଜ ଦୋଷ ଝାଡ଼ି ଦେଉଥିବା ବେଳେ ରାଜସ୍ୱ ବିଭାଗ ନିଦାବିଷ୍ଣୁ ସାଜିଛି କହିଲେ ଭୁଲ ହେବ ନାହିଁ । ଗତ କିଛି ଦିନ ପୂର୍ବେ ଜଣେ ବିଜେପି ମଣ୍ଡଳ ସଭାପତି ଅନିଲ ଜାଡ଼ି ବାଲି ଚୋରା ଚାଲାଣ ନିକଟକୁ ଯାଇ ବାଲି ନେବାର ରସିଦ ମାଗିଥିଲେ । ତୁ କିଏ ବାଲି ରସିଦ ମାଗୁଛୁ ବୋଲି ବାଲି ମାଫିଆମାନେ ହଟହଟା କରିଥିବା ଭିଡିଓ ଭାଇରାଲ କରିଛନ୍ତି । ଭିଡିଓ ଭାଇରାଲ ଘଟଣା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏମିତିକି ବାଲି ମାଫିଆଙ୍କ ସହ ଖଣିବିଭାଗ, ପୋଲିସ ଓ ତହସିଲ ବିଭାଗର ଗୁମର ଖୋଲି ଯାଇଥିବା ସ୍ପଷ୍ଟ ହୋଇଛି ବୋଲି ଆଲୋଚନା ହେଉଛି । ଉକ୍ତ ବିଜେପି କର୍ମୀଙ୍କୁ ଟଙ୍କା ନିଅ ବାଲି ପାଇଁ ଅନୁମତି ଦିଅ ବୋଲି କହୁଥିବା ଭିଡିଓ ଭାଇରାଲ ହେଉଛି । ପୁଣି ସରକାର ନିକଟରେ ଟଙ୍କା ଜମାକର ବାଲି ନିଅ ବୋଲି କହିଥିବା ଭିଡିଓ ଭାଇରଲ ହୋଇଛି । ଏମିତିକି କେବେ ଖଣି ବିଭାଗ ଆସିବେ, ତା ପୂର୍ବରୁ ଟ୍ରାକ୍ଟର ମାଲିକ ଓ କୁଆଡେ ସଂଘକୁ ବାରମ୍ବାର ଫୋନ ଆସିଥାଏ । କିଛି ଟ୍ରାକ୍ଟର ମାଲିକ ନାଗାବଳି ନଦୀରୁ ବାଲି ନେଉଥିବା ବେଳେ କୌଣସି କାଗଜ ପତ୍ର ନଥିବାରୁ ହଇରାଣ ହୋଇ ଧରା ପଡିଲେ ଫାଇନ ଦେବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି । ରାୟଗଡା କୋରାପୁଟ ଦ୍ଵିତୀୟ ଲାଇନ ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବାଲି ଦରକାର ପଡୁଥିବାରୁ ବାଲି ମାଫିଆମାନେ ଟ୍ରାକ୍ଟର ପିଛା ତିନି ହଜାର ଟଙ୍କାରେ ବିକ୍ରି କରୁଥିବା ବେଳେ ଟିପର୍‌ ଗାଡି ୩୦ ହଜାର ଟଙ୍କାରେ ବିକ୍ରି କରି ବେସ ଫାଇଦା ନେଉଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ମଧ୍ୟ ଅଧିକ ଟଙ୍କା ନେଉଥିବାରୁ ଘର ନିର୍ମାଣ କରିବାରେ ବିଳମ୍ବ ହୋଇ ସରକାରଙ୍କ ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି ଲୋକେ । ଏହି ଘଟଣାକୁ ନେଇ ଖଣିବିଭାଗ, ରାଜସ୍ୱ ବିଭାଗ ଓ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.