
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ଠାରେ ସାର୍ବଜନୀନ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସଭାପତି ସରୋଜ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦୁର୍ଗାପୂଜା କମିଟିର ସଦସ୍ୟ ସ୍ୱର୍ଗତ ଚନ୍ଦ୍ରଭାନୁ ମେହେର ଏବଂ ସୁଦାମ ଭୋଇଙ୍କ ବିୟୋଗରେ ଆତ୍ମଶାନ୍ତି ପାଇଁ ପ୍ରାର୍ଥନା କରାଗଲା । ଗତବର୍ଷର ସଂଗୃହିତ ଚାନ୍ଦା ଏବଂ ବ୍ୟୟର ବିବରଣୀ ପ୍ରଦାନ କରାଯାଇ ଚଳିତ ବର୍ଷ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ମାନଙ୍କୁ ସୁଯୋଗ ଦେବାପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ଗାଁର ଗୌନ୍ତିଆ ଗଜାନନ କମାତି ଏବଂ ଧର୍ମପତ୍ନୀ ପୂଜାରେ କର୍ତ୍ତା ଦାୟିତ୍ୱ ତୁଳାଇବେ । ମୂର୍ତ୍ତିଶିଳ୍ପୀ ଭାବେ ସଂକୀର୍ତ୍ତନ ହୋତା ଏବଂ ପୂଜକ ଭାବେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ, ଜୟ ବିହାରୀ ମାଝୀ, ଧ୍ରୁବାନନ୍ଦ ହୋତାଙ୍କୁ ଯଥା ରୀତି ବରଣ କରାଯିବ ଏବଂ ମା’ଙ୍କ ପାଇଁ ରୌପ୍ୟ ମୁକୁଟ ତିଆରି କରାଯାଇ ଅଳଙ୍କାର ଧାରଣ କରାଯିବା ପାଇଁ ନିଷ୍ପତ୍ତି ହେଲା । ଏଥିପାଇଁ ପୁରୁଣା ରୂପା ଏବଂ ଅର୍ଥରାଶି ଦାନ ଆକାରରେ ଦେବା ପାଇଁ ଉପସ୍ଥିତ ଗ୍ରାମବାସୀଙ୍କୁ ଅନୁରୋଧ କରାଗଲା । ଶେଷରେ ବରିଷ୍ଠ ସଦଦ୍ୟ ଦେବରାଜ ମେହେର ଧନ୍ୟବାଦ ଜ୍ଞାପନ କରିଥିଲେ ।