
- ଚଳିତ ବର୍ଷ ମୁରିବାହାଲ ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଖୋଖୋ ପ୍ରତିଯୋଗିତା ପାଇଁ ବିଶେଷ ରୂପେ ଆଲୋଚନା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ହାଇସ୍କୁଲ ସଭାଗୃହରେ ମୁରିବାହାଲ ବ୍ଳକସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନର ୨୦୨୬/୨୭ ବର୍ଷ ପାଇଁ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିଆରୀଙ୍କ ସଭାପତିତ୍ୱରେ ତଥା କୁର୍ଲୁବାହାଲ ହାଇସ୍କୁଲ କ୍ରୀଡା ଶିକ୍ଷକ ବିନୋଦ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦିପ କୁମାର ପାତ୍ର, ସମ୍ମାନିତ ଅତିଥି ରୂପେ ପୂର୍ବତନ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ, ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ନୀଳମଣୀ ପଟେଲ, ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ ଓ କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ନାୟକ ଯୋଗଦେଇ ମତବ୍ୟକ୍ତ କରିଥିଲେ । ବୈଠକରେ ଚଳିତବର୍ଷର ଜୋନ, ବ୍ଳକ ଓ ଜିଲ୍ଲାସ୍ତରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାଗୁଡ଼ିକ ଉପରେ ବିଷଦ ଭାବରେ ଆଲୋଚନା ହୋଇଥିଲା । ଏଥିରେ ବିଶେଷଭାବେ ଚଳିତ ବର୍ଷ ମୁରିବାହାଲ ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଖୋଖୋ ପ୍ରତିଯୋଗିତାକୁ ସଫଳ ରୂପେ କିପରି ଆୟୋଜନ କରାଯିବ ସେ ସମ୍ପର୍କରେ ବିଶେଷ ରୂପେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଗତ ଦିନରେ ନିଜ ଚାକିରୀ ଜୀବନରୁ ଅବସର ନେଇଥିବା ବ୍ଳକର ଦୁଇଜଣ ବରିଷ୍ଠ ଖେଳ ଶିକ୍ଷକ ଇଚ୍ଛାପଡ଼ା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ କିଶୋର କୁମାର ନାଥ ଓ ଗଁରେଇ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଧର୍ମୁ ବାଗଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ଖେଳ ଶିକ୍ଷକଗଣ ଯୋଗଦେଇଥିଲେ । ବ୍ଲକ ବିଦ୍ୟାଳୟ କ୍ରୀଡା ସଂଗଠନର ସମ୍ପାଦକ କୁବେରଲାଲ ବେହେରା ଧନ୍ୟବାଦ ଦେଇଥିଲେ ।