jayashree

ମଠ ମନ୍ଦିରମାନଙ୍କର ଜମି ଧାନ ସରକାର କିଣିବାକୁ ମନା କରିବା ଅଭିଯୋଗରେ ମଠାଧୀଶ ମହନ୍ତଗଣ ମନ୍ତ୍ରୀ ବିଭୂତି ଜେନାଙ୍କୁ ଭେଟିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମଠ ମନ୍ଦିର ଗୁଡ଼ିକର ଜମି ପଞ୍ଜିକରଣ ସାଂଗକୁ ସରକାରୀ ଦରରେ ଧାନ କିଣିବା ନେଇ ମଠାଧୀଶ ମହନ୍ତ ମହାରାଜଗଣ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସମସ୍ତ ମଠାଧୀଶ ଓ ଟ୍ରଷ୍ଟି ମହନ୍ତ ପରମାନନ୍ଦ ଦାଶ ଗୋସ୍ୱାମୀଙ୍କ ନେତୃତ୍ୱରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ସାକ୍ଷାତ ଆଲୋଚନା କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମଠ-ମନ୍ଦିର ମାନଙ୍କ ଅଧୀନରେ ଧାନଚାଷ ଜମିରେ ଉତ୍ପାଦନ ହେଉଥିବା ମଣ୍ଡିର ଜମି ଧାନ ବିକ୍ରି କରଣ କରିବା ଏବଂ ପଞ୍ଜିକରଣ ନେଇ ପେକ୍ସ ମାନଙ୍କୁ ନିର୍ଦ୍ଦେଶ ଦେବାକୁ ଦାବୀପତ୍ରରେ କୁହାଯାଇଛି । ପ୍ରକାଶ ଥାଉକି ଯେ, ଶେରଗଡ ବ୍ଲକ ସମେତ ସମଗ୍ର ଗଞ୍ଜାମ ଜିଲ୍ଲାର ସମସ୍ତ ମଠାଧୀଶ ଓ ଟ୍ରଷ୍ଟିମାନେ ସମ୍ମିଳିତ ହୋଇ ମହନ୍ତ ପରମାନନ୍ଦ ଦାଶ ଗୋସ୍ୱାମୀଙ୍କ ନେତୃତ୍ତ୍ଵରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଚଳିତବର୍ଷ ରାଜ୍ୟ ସରକାର ମଠ ମନ୍ଦିରମାନଙ୍କର ଜମି ଗୁଡିକ ମଣ୍ଡି ପାଇଁ ରୋକଠୋକ ମନା କରିଛନ୍ତି । ତେବେ ମଠ ଓ ମନ୍ଦିର ଗୁଡ଼ିକ କିମିତି ପରିଚାଳିତ ହେବ । ଠାକୁରଙ୍କ ଅନ୍ନପ୍ରସାଦ, ଭୋଗରାଗ, ଦୈନିକ ନୀତିକାନ୍ତି, ପୂଜାର୍ଚ୍ଚନା, ଉତ୍ସବ ପାଳନ ନିମନ୍ତେ ମଠ ମନ୍ଦିର ଧାନକ୍ଷେତରୁ ଯାହା ଲାଭ ହୋଇଥାଏ, ସେଥିରେ ସହାୟକ ଓ ଚଳି ହୋଇଥାଏ । ତେଣୁ ମଠାଧୀଶ ଟ୍ରଷ୍ଟିମାନେ କହିବା କଥା ହେଲା ଆମ୍ଭ ମଠ ମନ୍ଦିର ମାନଙ୍କରେ ଯାହା ଧାନ ଆଦାୟ ହେଉଛି, ଆମ୍ଭେ ସେ ଧାନ କୁଆଡେ ନେବୁ । ବର୍ଷ ଯାକର ଯାହା ଧାନ ଆଦାୟ ହେଉଛି, ତାହା ଆମେ ମଣ୍ଡିରେ ଦେଇ ଯାହା ଟଙ୍କା ଆସୁଥିଲା ତାକୁ ଆମ୍ଭେ ମନ୍ଦିର ପରିଚାଳନାରେ ଲଗାଉଥିଲୁ । ସରକାର ମଠ ମନ୍ଦିର ମାନଙ୍କ ଜମିର ରେଜିଷ୍ଟ୍ରେସନ ବନ୍ଦ କରିଦେବା ଦ୍ୱାରା ମଠ ମନ୍ଦିର ମାନଙ୍କର ବିଶେଷ କ୍ଷତି ହେବ । ଏଣୁ ସରକାର ମଠାଧୀଶ ଓ ଟ୍ରଷ୍ଟି ମାନଙ୍କ କଥା ଚିନ୍ତା କରି ଆମ ମଠ ମନ୍ଦିର ମାନଙ୍କ ଜମି ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ଏକଥା ସରକାର ଏବଂ କୃଷି ମନ୍ତ୍ରୀଙ୍କୁ ଅବଗତ କରିବାକୁ ମଠାଧୀଶ ଓ ଟ୍ରଷ୍ଟିମାନେ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ଏକଥାକୁ ଗୁରୁତର ସହ ବୁଝି ନେଇଛନ୍ତି, ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଠାରେ ପହଞ୍ଚାଇବେ ଏବଂ ନିଶ୍ଚିତ ଭାବେ ଉକ୍ତ ଦାବୀକୁ କାର୍ଯ୍ୟକାରୀ କରିବେ ବୋଲି ସେ ନିର୍ଭର ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.