
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) :ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ତେରାପନ୍ଥ ଭବନ ଠାରେ ଆସନ୍ତା ୨୦ ତାରିଖ ଦିନ ଜୈନ ଶ୍ଵେତାମ୍ବର ତେରାପନ୍ଥୀ ସଭା ବଙ୍ଗୋମୁଣ୍ଡା ପକ୍ଷରୁ ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ମାଗଣା ଚିକିତ୍ସା ଶିବିରରେ ସ୍ତ୍ରୀ ଓ ପ୍ରସୁତୀ ବିଶେଷଜ୍ଞ ଡଃ. ପ୍ରଜ୍ଞାପରିମିତା କଲସାଇ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡଃ. ହେମନ୍ତ କୁମାର ବାମିଡ଼ି, ମେଡ଼ିସିନ ବିଶେଷଜ୍ଞ ଡଃ. ଶାନ୍ତନୁ କୁମାର ରାଉତ, ଦନ୍ତ ସର୍ଜନ ଡଃ. ସଚ୍ଚିଦାନନ୍ଦ ମେହେର ବହୁ ବିଶେଷଜ୍ଞ ଡାକ୍ତର ମାନେ ଯୋଗ ଦେଇ ରୋଗୀମାନଙ୍କୁ ଚିକିତ୍ସା କରିବେ ବୋଲି ସୂଚନା ଦିଆଯାଇଛି । ସକାଳ ୯.୩୦ ଘଟିକାରୁ ଏହି ଶିବିର ଆରମ୍ଭ ହେବ ବୋଲି ଜଣାପଡିଛି । ଅଧିକ ଜାଣିବା ପାଇଁ ୯୯୩୭୭୩୧୦୩୯(ସୁଶୀଲ ଜୈନ) ,୯୯୩୭୨୭୮୦୬୩(କେଶବ ନାରାୟଣ ଜୈନ),୯୭୭୭୭୨୦୬୨୫ (ବିକାଶ ଜୈନ) ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ମହତ କାର୍ଯ୍ୟ ଆୟୋଜନ କରାଯାଇଥିବା ନେଇ ସୂଚନା ମିଳିଛି ।