
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳ ପଡ଼ିଆରେ ବ୍ଲକସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଏବିଡ଼ିଓ ସୁଶାନ୍ତ ପାଣି, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ବିଏସ୍ଏସ୍ଓ ସଞ୍ଜିତ ସୁନାଙ୍କ ସହ କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀ ଓ ଅନେକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ୧୪ ଗୋଟି ପ୍ୟାରେଡ଼ ଦଳ ଭାଗ ନେଇଥିଲେ । ଉପସ୍ଥାପକ ସୁଶୀଲ ପୋଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା । ସେହିପରି ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ରଶ୍ମିରଞ୍ଜନ ପୁଟେଲ, ଦୀପକ ଦାସ ଯାଦବଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡ଼ଃ ନାରାୟଣ ମିଶ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।