jsm

ବଲାଙ୍ଗିର ଆଇନ ମହାବିଦ୍ୟାଳୟରେ ସରସ୍ୱତୀ ପୂଜା : ଖଡି ଛୁଇଁଲେ ଶିଶୁ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଆଇନ ମହାବିଦ୍ୟାଳୟରେ ସରସ୍ୱତୀ ପୂଜା ପାଳିତ ହୋଇଯାଇଛି । ବିଶେଷକରି ପାଠ ପଢାର ଶୁଭାରମ୍ଭ ପାଇଁ ପରମ୍ପରା ଅନୁସାରେ କୁନି ଶିଶୁଙ୍କୁ ଖଡିଛୁଆଁ ହୋଇଥିଲା । ଏଥିରେ କର୍ତ୍ତା ଭାବରେ ବିଭୁ କଲ୍ୟାଣ ଗଡତ୍ୟା ଦାୟିତ୍ୱ ନିର୍ବାହ କରିଥିଲେ । ପୂଜକ ଭାବେ ଗୋବିନ୍ଦ ତ୍ରିପାଠୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ବଲାଙ୍ଗିର ସହରର ବୁଦ୍ଧିଜୀବୀମାନେ ପୂଜାରେ ସାମିଲ ହେବା ସହ ଦେବୀଙ୍କ ଦର୍ଶନ କରିଥିଲେ । ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ମହାବିଦ୍ୟାଳୟର ସମ୍ପାଦକ କ୍ଷୀରୋଦ୍ର ପୁରୋହିତ, ଦ୍ୱିତୀୟ ବର୍ଷ ଛାତ୍ର ମନୋରଞ୍ଜନ ସାହୁ, ମହେନ୍ଦ୍ର ବାଗ, ବିନୋଦ କୁମାର କାଲସାଏ, ସୁମନ୍ତ ମିଶ୍ର, ରୋହନ କୁମାର ସାମନ୍ତରାଏ, ସ୍ୱେତା ପଣ୍ଡା, ରାମ ନାଗ, ରୋହିତ ପଟେଲ, ଉମା ଶଙ୍କର ଦାସ, ପ୍ରଶାନ୍ତ ମହାକୁର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.