
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ପୋଲିସକୁ ମିଳିଛି ବଡ଼ ସଫଳତା । ଯାହାକି ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଏହି ଡକାୟତି ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଜମି କିଣାବିକା ନାଁରେ ଦିନ ଦ୍ୱିପ୍ରହରରେ ଡକାୟତି, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଗ୍ୟାଙ୍ଗ ସକ୍ରୀୟ ଥିଲା ବୋଲି କୁହାଯାଏ । ୩୫ ଲକ୍ଷ ଟଙ୍କାର ଜମି ଡିଲ୍ ନାଁରେ ଡକାୟତି ଯୋଜନା ଅଭିଯୋଗକାରୀଙ୍କଠାରୁ ଟଙ୍କା ଓ ମୋବାଇଲ ଲୁଟି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ପୋଲିସର ଦୁଇଟି ଟିମ୍ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଚଢ଼ାଉ କରିଥିଲା । ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତଙ୍କଠାରୁ ୬ ଲକ୍ଷ ୯୨ ହଜାର ଟଙ୍କା , ୧୪ଟି ମୋବାଇଲ ଫୋନ, ଗୋଟିଏ ୱାଇ-ଫାଇ ଡିଭାଇସ୍ ,୨ଟି ନକଲି ନମ୍ବର ପ୍ଲେଟ୍ ,ଗୋଟିଏ ଇନୋଭା କାର୍ ଜବତ ପୋଲିସ କରିଛି । ୮ଟି ନକଲି ସୁନା ଖଣ୍ଡା ଜବତ । ନକଲି ସୁନା ଓ ଜମିର ଲୋଭ ଦେଖାଇ ଲୋକଙ୍କୁ ଫସାଉଥିଲା ଗ୍ୟାଙ୍ଗ । ନିର୍ଜନ ସ୍ଥାନକୁ ଡାକି ଲୁଟ୍ କରୁଥିଲେ ଅଭିଯୁକ୍ତ କୁହାଯାଉଥିବା ସାଂଗକୁ ଦୁର୍ବୃତ୍ତ ମାନେ ପୋଲିସ ସାଇରନ୍ ବ୍ୟବହାର କରି ଲୋକଙ୍କୁ ଭ୍ରମିତ କରୁଥିଲେ । ଧରାପଡ଼ିବାରୁ ଗାଡ଼ିର ନମ୍ବର ପ୍ଲେଟ୍ ବଞ୍ଚିବାକୁ ବଦଳାଉଥିଲେ ବୋଲି କୁହାଯାଏ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଘଟଣାରେ ଗୋଳନ୍ଥରା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି କୁହାଯାଇଛି ।