jayashree

ସାରା ଭାରତ ବର୍ଷ ୮୦ ତମ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (କେପିଏନ୍‌ଏସ୍‌) : ସାରା ଭାରତ ବର୍ଷ ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଛି, ଗାଁ ରୁ ସହର ପର୍ଯ୍ୟନ୍ତ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଫର ଫର ହୋଇ ଉଡିବାର ଦେଖାଯାଇଛି । ଏଇ ପରିପେକ୍ଷୀରେ ରାଉରକେଲା ବାଦ ପଡିବ ବା କିପରି ? ପ୍ରତ୍ୟେକ ସ୍କୁଲ, କଲେଜ, ଅନୁଷ୍ଠାନ, ପ୍ରତିଷ୍ଠାନ ଗୁଡିକରେ ଏହି ପର୍ବଟି ଗର୍ବର ସହିତ ପାଳନ କରୁଥିବାର ଦେଖାଯାଇଥିଲା । ରାଉରକେଲାର ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ରବି ରାୟ ପାନପୋଷ ସ୍ଥିତ ଖରିଆବାହାଲ ଇସ୍ପାତ ଶିଶୁ ବିଦ୍ୟାଳୟ ଓ ଗୋପବନ୍ଧୁପଲ୍ଲୀର ଗୋପବନ୍ଧୁ ସ୍ପୋର୍ଟସ କ୍ଲବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍କୁଲର କୁନି କୁନି ପିଲାଙ୍କ ସାଙ୍ଗରେ ଦେଶର ଜାତୀୟ ସଂଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାୟ ତାଙ୍କ ଅଭିଭାଷଣରେ କହିଥିଲେ କି ଦେଶର ବରପୁତ୍ରମାନଙ୍କ ବଳିଦାନ ଯୋଗୁଁ ଆମ୍ଭେମାନେ ସ୍ୱାଧୀନତା ଦିବସ ଗର୍ବରେ ପାଳନ କରୁଛୁ । ସେହି ଅମର ଆତ୍ମାମାନଙ୍କୁ କୋଟି କୋଟି ପ୍ରଣାମ, ଶେଷରେ ମୁଖ୍ୟ ଅତିଥି କୁନି କୁନି ପିଲାଙ୍କୁ ବିସ୍କୁଟ, ଚକ୍‌ଲେଟ ଇତ୍ୟାଦି ବଣ୍ଟନ କରିଥିଲେ, ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ସ୍ପୋର୍ଟସ କ୍ଲବର ସଭାପତି ସେକ ସମୀର, ବବୁଲ ଖାନ, ଧୁସା ନାଏକ, ଡେଭିଡ ରାଓ, ଏମ୍‌.ଡି. ଆଜାଦ, ଏମ୍‌.ଡି ଫିର୍ଦୋଷଙ୍କ ସହିତ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.