
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ୮୦ତମ ସ୍ୱାଧୀନତା ଦିବସ ଅବସରରେ ସ୍ମାଇଲ୍ ଫର୍ ଅଲ୍ ଫାଉଣ୍ଡେସନ୍ ସାମାଜିକ ସଂଗଠନ ତରଫରୁ (ଏଲ୍ଆଇସି ଅଫିସ ପଛପଟ) ଅଫିସ କାର୍ଯ୍ୟାଳୟ ଠାରେ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଉପସ୍ଥିତ ରହି ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ଏବଂ ବଲାଙ୍ଗିରର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଦିବସକୁ ସ୍ମରଣରେ ରଖିବା ନିମନ୍ତେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ୱାର୍ଡ ନଂ.୩ର କାଉନସିଲର ରଜନୀ ବନଛୋର ଉପସ୍ଥିତ ରହି ଜାତି, ଧର୍ମ ବର୍ଣ୍ଣ ନିଃର୍ବିଶେଷରେ ସମସ୍ତେ ସମାଜରେ ଭାଇଚାରା ରଖି ଶାନ୍ତି , ସୌହାର୍ଦ୍ଧ୍ୟ, ମୈତ୍ରୀକୁ ବଳବତ୍ତର ରଖିବାକୁ କହିଥିଲେ । ଉକ୍ତ କାର୍ଯ୍ୟକ୍ରମ ସଭାପତି ସାମସନ ମିଶାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜୟକୃଷ୍ଣ ମିଶ୍ର ସଭାକୁ ସଂଯୋଜନା କରିଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟରେ ସଂଜୀବ ସାହୁ, ଜୀବନ ମିଶ୍ର, ସେମରାଜନ, ଲମ୍ବୋଦର ପ୍ରଧାନ, ଗୋପାଳ ମିଶ୍ର, ହିମାନୀ ତ୍ରିପାଠି, ସୌଦାମିନୀ ମିଶ୍ର, ମଞ୍ଜୁଲତା ପଟ୍ଟନାୟକ, ସରୋଜ ପାଢୀ, ବଜରଂଗ ବନଛୋର ଏବଂ ସୁଦର୍ଶନ ଚିରଗୁନ ପ୍ରମୁଖ ସହଯୋଗ କରିଥିଲେ ।