jayashree

ଜୟପାଟଣା ଠାରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସ୍ଵାଧୀନତା ଦିବସ ପାଳନ କମିଟି ଆନୁକୁଲ୍ୟରେ ସ୍ଥାନୀୟ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରର ୮୦ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏନ୍‌ଡିସିସି ଅଧ୍ୟକ୍ଷ ତଥା ଜୟପାଟଣା ତହସିଲଦାର ଦୀପ୍ତିରେଖା ବାଗଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ସମାରୋହରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ୱାରା ଆୟୋଜିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ନିମନ୍ତ୍ରିତ ଅତିଥି ମଧ୍ୟରେ ଅତିରିକ୍ତ ତହସିଲଦାର ଅର୍ମାନ ଦେବ ପୁହାଣ, ଡେପୁଟି ସବ୍ କଲେକ୍ଟର ପୁନମ ଅଗ୍ରୱାଲ, ଉପଖଣ୍ଡ କୋଷ ଅଧିକାରୀ ଅମିତ ଅଗ୍ରୱାଲ, ଅବସର ପ୍ରାପ୍ତ କମିଶନର ଗଙ୍ଗାଧର ମାଝୀ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବୀର କିଶୋର ପଣ୍ଡା, ପ୍ରଧାନ ଶିକ୍ଷକ ବିକ୍ରମ ସିଂ ମାଝୀ, ଏବିଇଓ ମାଧବ ଚନ୍ଦ୍ର ପଣ୍ଡା, ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀ ଓ ବୀର ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ପ୍ୟାରେଡ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସୁଧାକର ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ । ସ୍ଵାଧୀନତା ଦିବସ ପାଳନ କମିଟିର ସଦସ୍ୟ ପ୍ରକାଶ ଦୂରିଆ, ଦିବାକର ପଟ୍ଟନାଏକ, ସିଦ୍ଧାର୍ଥ ମିଶ୍ର, କୃଷ୍ଣ ଚନ୍ଦ୍ର ରାଉତ, ସଞ୍ଜୀବ ନାଏକ, ବିଶ୍ଵ ଜୀବନ ପାଢ଼ୀ, ପ୍ରମୋଦ କୁମାର ଠାକୁର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.