
ପାଟଣାଗଡ, (କେପିଏନ୍ଏସ୍) : ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ବୃକ୍ଷରୋପଣ କରାଯାଇଛି । ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ ପରେ ଅଧ୍ୟକ୍ଷା ମାମିନା ବାଗଙ୍କ ନେତୃତ୍ୱରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ବିଭାଗ ଓ ଯୁବ ରେଡକ୍ରସ୍ ବିଭାଗର ମିଳିତ ଉଦ୍ୟମ ଓ ସତ୍ୟସାଇ ସେବା ସଂଗଠନ ବଲାଙ୍ଗିରର ସହଯୋଗରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ଲଗାଯାଇଥିଲା । ଏଥିରେ ସତ୍ୟସାଇ ସେବା ସଂଗଠନ ବଲାଙ୍ଗିରର ଜିଲ୍ଲା ସଭାପତି ମନୋଜ କୁମାର ମହାପାତ୍ର, ଯୁବ ରେଡକ୍ରସ୍ ଦାୟିତ୍ଵରେ ଥିବା ଅଧ୍ୟାପକ ଜିତେନ୍ଦ୍ର ଦାଶ, ଜାତୀୟ ସେବା ଯୋଜନା ବିଭାଗର ଦାୟିତ୍ୱରେ ଥିବା ସନ୍ତୋଷ କୁମାର ରାଉତଙ୍କ ସହିତ ଡୋଲାମଣି ନାଏକ, ବିମଳ ଚନ୍ଦ୍ର ସାହୁ, ହିମାଂଶୁ ସାହୁ, ଶ୍ରୀକାନ୍ତ ଗୁରୁ, ମାନସ ରଞ୍ଜନ ସାହୁ, ରେଶ୍ମା ହୋତା, ହୃଷିକେଶ ଠାକୁର, ମାନସରାଜ ସିଂ, କୁଳମଣି ବାବୁ, ମନ ସେଲମା ସହିତ ଅନ୍ୟମାନେ ସହଯୋଗ କରିଥିଲେ ।