
ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକୃତିର ଗନ୍ତାଘର ଶ୍ରୀ ନୃସିଂହନାଥ ଓ ଗନ୍ଧମାର୍ଦ୍ଦନ ପର୍ବତ ସହ ଚିରଶ୍ରୋତା ଝରଣା ଓ ନୃସିଂହନାଥ ମନ୍ଦିର ଶ୍ରାବଣ ମାସରେ ଭକ୍ତମାନଙ୍କ ମନ ଏଠାକୁ ଟାଣି ଆଣିଥାଏ । ଏହି ପ୍ରକୃତିର ସୁରକ୍ଷା ଓ ଏହାର ବୃଦ୍ଧି ପାଇଁ କିଛି ମହାନ ବ୍ୟକ୍ତିମାନେ ଲାଗି ପଡିଥାନ୍ତି । ଆଜି ବନସ୍ପତି ବନ ସୋସାଇଟି ପରିସରରେ ଶନିବାର ପ୍ରକୃତିବନ୍ଧୁ ମାନଙ୍କ ଏକ ବୈଠକ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ଉପ ସଭାପତି ବଡ ଶତପଥୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ଅନ୍ୟତମ ଉପ ସଭାପତି ଭୁବନେଶ୍ୱର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଡାକ୍ତର ସୁରେଶ ଅଗ୍ରୱାଲ, ଧିରେନ ମହାନ୍ତି, ନନ୍ଦଲାଲ ନାୟକ, ସୁଶାନ୍ତ ସାହୁ ପ୍ରମୁଖ ସମସ୍ତ ପ୍ରକୃତି ବନ୍ଧୁମାନେ ଆଗାମୀ ବର୍ଷା ଦିନରେ କିଏ କେଉଁଠି ଦାୟିତ୍ୱ ନେଇ ବୃକ୍ଷ ରୋପଣ କରିବା ସେନେଇ ନିଜ ନିଜ ଅଭିଭାଷଣ ଦେଇଥିଲେ । ଝାରବନ୍ଧ ଓ ପାଇକମାଲ ବ୍ଲକ ଦ୍ୱୟରେ ଏହି କାର୍ଯ୍ୟକ୍ରମ ପ୍ରତିଦିନ କରାଯିବା ନେଇ ଆଲୋଚନା ହେଲା । ବୈଠକ ଆରମ୍ଭରୁ ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ ନୃସିଂହ ଠାକୁରଙ୍କ ବୀଜ ମନ୍ତ୍ର ଜପ କରି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବରଗଡ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ସମ୍ପାଦକ ମୀନକେତନ ସାହୁ ଉପସ୍ଥିତ ଥିବା ସମସ୍ତ ପ୍ରକୃତି ବନ୍ଧୁମାନଙ୍କୁ ସ୍ୱାଗତ କରି ବୈଠକକୁ ପରିଚାଳନା କରିଥିଲେ ଓ ନିଜକୁ ନିଜେ ଗର୍ବ ଅନୁଭବ କରି କହିଥିଲେ ଯେ, ଆଜି ସମସ୍ତ ଭାରତ ବର୍ଷରେ ଭରାତବାସୀ ୮୦ତମ ସ୍ୱାଧୀନତା ଦିବସ ମହା ଆନନ୍ଦରେ ପାଳନ କରୁଥିବା ବେଳେ ଆମର ପ୍ରକୃତି ପ୍ରେମୀ, ପ୍ରକୃତି ଯୋଦ୍ଧାମାନେ କିପରି ବୃକ୍ଷରୋପଣ କରି ବଣ, ଜଙ୍ଗଲ ସୃଷ୍ଟି କରି ପ୍ରବଳ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ସେହିଁ ଚିନ୍ତା କରୁ ଥିବାରୁ ସମସ୍ତଙ୍କୁ ବହୁତ ଧନ୍ୟବାଦ ଦେଇଥିଲେ । ଝାରବନ୍ଧ ବ୍ଲକର ସମସ୍ତ ଦାୟିତ୍ୱ ଭୁବନେଶ୍ୱର ପ୍ରଧାନଙ୍କୁ ଓ ପାଇକମାଲ ବ୍ଲକର ସମସ୍ତ ଦାୟିତ୍ୱ ଶ୍ରୀ ମୁଣ୍ଡଙ୍କୁ ଦିଆଯାଇଥିଲା । ଶେଷରେ ପ୍ରକୃତିବନ୍ଧୁ ନନ୍ଦଲାଲ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଗୋଟିଏ ମାସ ମଧ୍ୟରେ ସମସ୍ତ ସ୍କୁଲ କଲେଜରେ ବୃକ୍ଷରୋପଣ ସହ ଚାଷୀମାନଙ୍କୁ ଗାଁ ଗାଁ ଯାଇ ଫଳ ଚାରା ବଣ୍ଟନ କରିବା ବୋଲି କହିଥିଲେ ।