jayashree

ବଲାଙ୍ଗିରରେ ପାଣି ପମ୍ପ ହାଉସ୍‌ରେ ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଅଘଟଣ । ଜିଲ୍ଲାପାଳଙ୍କ ବାସଭବନ ନିକଟସ୍ଥ ପିଏଚ୍‌ଡି କାର୍ଯ୍ୟାଳୟର ପାଣି ପମ୍ପ ହାଉସ୍‌ରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଦେଓଗାଁ ବ୍ଲକ କୁଇମୁଣ୍ଡା ଗ୍ରାମର ଦେବରାଜ ପ୍ରଧାନ । ପମ୍ପ ହାଉସ୍‌ରେ ଫ୍ୟାନ୍ ଲଗାଉଥିବା ସମୟରେ ହଠାତ୍ ବିଦ୍ୟୁତ୍ ଆଘାତ ଲାଗି ସେ ଗୁରୁତର ହୋଇପଡ଼ିଥିଲେ । ପରେ ତାଙ୍କୁ ତୁରନ୍ତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହସ୍ପିଟାଲରେ ମୃତଦେହର ବ୍ୟବଚ୍ଛେଦ ଜାରି ରହିଛି । ବିଦ୍ୟୁତ୍ ଆଘାତର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାର ତଦନ୍ତ ପରେ କାରଣ ସାମ୍ନାକୁ ଆସିବ । ଦେବରାଜଙ୍କ ମୃତ୍ୟୁରେ କୁଇମୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଛି । ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଦସ୍ୟ ଥିଲେ ।

Leave A Reply

Your email address will not be published.