jayashree

ଲୋହାରପାଲି ଆଶ୍ରମ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ୧୯୫୭ ମସିହା ଠାରୁ ଲୋହାରପାଲି ସେବାଶ୍ରମ ଥିଲା । ପରବର୍ତ୍ତୀ ସମୟରେ ଏକ ବାଳିକା ଆବାସିକ ବିଦ୍ୟାଳୟରେ ପରିଣତ ହୋଇଛି । ବର୍ତ୍ତମାନ ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଆବାସିକ ଛାତ୍ରୀ ସଂଖ୍ୟା ୨୨୧ଏବଂ ଡେସ୍କ କୋଲର ଛାତ୍ରଛାତ୍ରୀ ସଂଖ୍ୟା୧୨୨ ଅଟେ । ସମୁଦାୟ ୩୪୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଡମ୍ବନାର ବିଷୟ ୩୪୩ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇଜଣ ସହକାରୀ ଶିକ୍ଷକ କେମିତି ଶିକ୍ଷାଦାନ କରୁଛନ୍ତି ତାହା ପ୍ରଶାସନ ଜାଣିବା କଥା ଏବଂ ଅଂଚଳର ଜନ ପ୍ରତିନିଧି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ବିଗତ ଦିନରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବରଗଡ଼ଙ୍କୁ ଜଣାଇବା ପରେ ଦୃଷ୍ଟି ଦେଉ ନାହାନ୍ତି । ତେଣୁ ଆଶ୍ରମ ବିଦ୍ୟାଳୟକୁ ଅତିଶୀଘ୍ର ଶିକ୍ଷକ ଯୋଗାଇ ଦିଅନ୍ତୁ ନ ହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ଓ ସେଥି ପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଅଭିଭାବକ ଓ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.